ଗୋପାଳପୁର: ଗୋପାଳପୁରର ନବ ନିର୍ବାଚିତ ବିଧାୟକ ତଥା ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭୂବନେଶ୍ବର ଠାରେ ନିଜ ବାସଭବନରେ ଥିବା ଛତିଶଗଡ଼ର ମହାମହିମ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି। ମନ୍ତ୍ରୀ ଶ୍ରୀ ଜେନାଙ୍କ ଏହା ସୌଜନ୍ୟମୂଳକ ସାକ୍ଷାତ ରହିବା ସହ ଶ୍ରୀ ଜେନା ନିଜର ରାଜନୈତିକ ଜୀବନ ଆରମ୍ଭ କରିବା ସମୟରେ ମହାମହିମ ଶ୍ରୀ ହରିଚନ୍ଦନଙ୍କ ଠାରୁ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରିବା ପାଇଁ ନିଜକୁ ସମର୍ପିତ କରିଥିଲେ। ଏଥି ସହ ଗଞ୍ଜାମ ରାଜନୀତି ଓ ନିର୍ବାଚନ ନେଇ ସେ ଆଲୋଚନା କରିଥିବା ଜଣାପଡିଛି।
Popular Categories



