www.samajalive.in
Sunday, December 14, 2025
17.1 C
Bhubaneswar

କାନାରା ବ୍ୟାଙ୍କର କର୍ପୋରେଟ୍ ବୈଠକ, ଯୋଗଦେଲେ ୭୦ରୁ ଊର୍ଦ୍ଧ୍ବ କର୍ପୋରେଟ୍ ଓ ଏମ୍ଏସ୍ଏମ୍ଇ ଗ୍ରାହକ

ଭୁବନେଶ୍ୱର: କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ
ଚନ୍ଦରଙ୍କ ବଳିଷ୍ଠ ମାର୍ଗଦର୍ଶନରେ ଏକ କର୍ପୋରେଟ୍ ବୈଠକ ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ କ୍ରାଉନ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୭୦ରୁ ଊର୍ଦ୍ଧ୍ବ କର୍ପୋରେଟ୍ ଓ ଏମ୍ଏସ୍ଏମ୍ଇ ଗ୍ରାହକ ଭାଗ ନେଇଥିଲେ। କାନାରା ବ୍ୟାଙ୍କର ପ୍ରତିଷ୍ଠାତା ଏ ସୁବାରାଓ ପାଇଙ୍କୁ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ ପି. ଠାକୁର ନାଏକ ସମସ୍ତ ଗ୍ରାହକଙ୍କୁ ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ଗ୍ଲୋବାଲ ଟ୍ରେଡ୍ ପ୍ରୋସେସିଂ ସେଣ୍ଟର (ମଣିପାଲ)ର ହରି ଶଙ୍କର ସିଂ “ଫରେକ୍ସ ଫର ୟୁ” ଉପରେ ଉପସ୍ଥାପନା ଦେଇଥିବା ସହ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ବାଲସୁବ୍ରମନ୍ୟନ୍ ପି
“ଏପିଆଇ ବ୍ୟାଙ୍କିଙ୍ଗ୍ ଆଣ୍ଡ୍ କର୍ପୋରେଟ୍ ଏଆଇଏଲ୍ ଆପ୍”ଉପରେ ଉପସ୍ଥାପନା ଦେଇଥିଲେ। କେୟାର ରେଟିଂ ଏଜେନ୍ସିର ବରିଷ୍ଠ ନିର୍ଦ୍ଦେଶକ ପ୍ରିତି ଅଗ୍ରୱାଲ “ମେଜର ସେକ୍ଟର ରିଲେଭାଣ୍ଟ ଫର ଓଡିଶା ଇକୋନୋମି” ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାନାରା ଏଚ୍ଏସ୍ବିସି ଲାଇଫ୍ ଇନ୍ସ୍ୟୁରାନ୍ସର ଭାଇସ୍ ପ୍ରେସିଡେଣ୍ଟ ବିକାଶ କୁମାର ଗୁପ୍ତା “ୱେଲ୍ଥ ଆଣ୍ଡ୍ ଲିଗାସୀ ପ୍ଲାନିଂ” ଉପରେ ଉପସ୍ଥାପନା ଦେଇଥିବା ସହ ବରିଷ୍ଠ ପ୍ରବନ୍ଧକ (ମାର୍କେଟିଂ) ସୁମନ ଝା “କାନାରା ବେତନ ପ୍ୟାକେଜ” ଉପରେ ଉପସ୍ଥାପନା ଦେଇଥିଲେ।

- Advertisement -

ଏହି ବୈଠକରେ ପ୍ରଦାନ କରାଯାଇଥିବା ଉପସ୍ଥାପନାଗୁଡିକୁ ଲାଭଦାୟକ ମନେକରି କର୍ପୋରେଟ / ଏମ୍ଏସ୍ଏମ୍ଇ ଗ୍ରାହକମାନେ ପ୍ରଶଂସା କରିଥିଲେ। ଭୁବନେଶ୍ୱର ଅଞ୍ଚଳର ଉପମହାପ୍ରବନ୍ଧକ ନେତ୍ରମୋହନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories