ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରରେ ଆଜି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଯୋଗ ଦେଇ ପ୍ରଥମେ ମା’ ଅନ୍ଧାରୀ ଠାକୁରାଣୀଙ୍କ ମନ୍ଦିର ଦର୍ଶନ କରି ମନ୍ଦିର କମିଟି ସଭାପତି ସଭାପତି ପ୍ରତାପ ଚନ୍ଦ୍ର ରଣା ଓ ଗ୍ରାମବାସୀଙ୍କ ସହ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ଦର୍ଶନ କରିବା ପରେ ଚଳିତ ବର୍ଷ ରଥଯାତ୍ରା କିପରି ଶୃଙ୍ଖଳାର ସହିତ କିପରି ଭାବେ ଅନୁଷ୍ଠିତ ହେବ ସେ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ଲୋକ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଭାବରେ ରାଜନଗର ସରପଞ୍ଚ ସୁଧାଂଶୁ ନାୟକ, ଚିତ୍ତ ରଞ୍ଜନ ନାୟକ, ପ୍ରଫୁଲ୍ଲ ନାୟକ,ହଳଧର ମିଶ୍ର, ରଜନୀ କାନ୍ତ ମିଶ୍ର, ଅକ୍ଷୟ ନାରାୟଣ ମିଶ୍ର, ଉଗ୍ରେସାନ ମାଟିଆ, ପ୍ରତାପ ଚନ୍ଦ୍ର ରଣା, ସରୋଜ କୁମାର ସିଂହ, ରମେଶ ମହାନ୍ତ, ଦିଲୀପ ବେହେରାଙ୍କ ସହିତ ଗ୍ରାମର ଅନେକ ବୟୋଜ୍ୟୋଷ୍ଠ ବ୍ୟକ୍ତି ଉପସ୍ଥିତ ରହି ମନ୍ଦିରର ସୁପରିଚାଳନା ପାଇଁ ବିଗତ ଦୁଇ ବର୍ଷ କୋଠ ତହସିଲଦାର ପଦବୀ ଖାଲି ଥିବାରୁ ମନ୍ଦିରର କୌଣସି ଉତ୍ସବ ପାଳନ ହେଉ ନଥିବାରୁ ବିଧାୟକଙ୍କ ସାହାଯ୍ୟ ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ। ଏହି ଅନୁରୋଧ ରକ୍ଷା କରି ବିଧାୟକ ଅଖିଳ ଚନ୍ଦ୍ର ନାୟକ ଆସନ୍ତା ୨୨ ତାରିଖ ମଧ୍ୟରେ ଏହାର ସମାଧାନ କରାଯିବ ପାଇଁ ପ୍ରତିଶୃତି ଦେଇଛନ୍ତି।
Popular Categories



