ଗଣେଶ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶ୍ରୀ ଗଣେଶ ମନ୍ଦିରରେ ତିନିଟି ତାଲା ଭାଙ୍ଗି ହୁଣ୍ଡିରୁ ଗୋଟିଏ ବର୍ଷର ଦାନ ରାଶି ଚୋରି ହୋଇଛି। ସକାଳ ୬ଟାରେ ମନ୍ଦିର ସମ୍ମୁଖରେ ଥିବା ସାଉଥ୍ ଇଣ୍ଡିଆନ ହୋଟେଲର କର୍ମଚାରୀ ମୁଖ୍ୟ ଗେଟ ତଥା ହୁଣ୍ଡିର ତାଲା ଭାଙ୍ଗି ପଡିଥିବା ଦେଖି ମନ୍ଦିରର ପ୍ରତିଷ୍ଠାତା ଜି ନରସିଂହ ମୂର୍ତ୍ତିଙ୍କୁ ଖବର ଦେଇଥିଲେ। ଫଳରେ ମୂର୍ତ୍ତି ବାବୁ ଆସି ଦେଖିବା ପରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ସନ୍ଧାନୀ କୁକୁର ସହ ଆସି ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲେ। ପ୍ରକାଶ ଥାଉ କି କିଛି ଦିନ ପୂର୍ବେ ମଧ୍ୟ ଏହି ମନ୍ଦିର ହୁଣ୍ଡିରୁ ଚୋରି ହୋଇଥିଲା।

Comments are closed.