କଖଡିରେ କମସିନରେଟ ପୁଲିସର ଫ୍ଲାଗମାର୍ଚ୍ଚ

ଗୁରୁଡ଼ିଝାଟିଆ: ଅବାଧ, ନିରପେକ୍ଷ ଓ ଭୟଶୂନ୍ୟ ନିର୍ବାଚନ ପାଇଁ କମିସନରେଟ ପୁଲିସ ପକ୍ଷରୁ କଖଡି ପଞ୍ଚାୟତରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଏସିପି ମାନସ ଦେଓଙ୍କ ନେତୃତ୍ୱରେ ଟିପିଏମ ଫାଣ୍ଡି ଅଧିକାରୀ ନିରଞ୍ଜନ ଭୋଇ ଓ ଏକ ପ୍ଲାଟୁନ ଅର୍ଦ୍ଧସାମରିକ ବାହିନୀ କଖଡି, ମହାଳପଡ଼ା ଓ ବିଦ୍ୟାଧରପୁର ଗାଁର ବିଭିନ୍ନ ସାହିରେ ଫ୍ଲାଗମାର୍ଚ୍ଚ କରିଥିଲେ। ଲୋକମାନଙ୍କୁ ଅବାଧ ଓ ଭୟଶୂନ୍ୟ ଭାବରେ ନିର୍ବାଚନରେ ଭୋଟ ଦେବା ପାଇଁ ବୁଝାଇଥିଲେ। ପ୍ରକାଶଯୋଗ୍ୟ ଆସନ୍ତା ୨୫ ତାରିଖ ଦିନ ଆଠଗଡ଼ ବିଧାନସଭା କ୍ଷେତ୍ର ଓ କଟକ ଲୋକସଭା କ୍ଷେତ୍ର ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।

Comments are closed.