ନୂଆଦିଲ୍ଲୀ: ରେଣୁକା ସ୍ୱାମୀ ହତ୍ୟାକାଣ୍ଡ ଘଟଣାରେ କନ୍ନଡ ଅଭିନେତା ଦର୍ଶନ ତୁଗୁଦୀପ ପୁଲିସ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଅଭିନେତା ଦର୍ଶନ ପ୍ରମାଣ ନଷ୍ଟ କରିବା ପାଇଁ ଜଣେ ସାଙ୍ଗଙ୍କଠାରୁ ୪୦ଲକ୍ଷ ଟଙ୍କା ଧାର କରିଥିବା କହିଛନ୍ତି। ପୁଲିସ ଦର୍ଶନଙ୍କୁ ପଚରାଉଚରା କରିବା ସମୟରେ ସ୍ୱୀକାର କରିଛନ୍ତି ଦର୍ଶନ। ପୁଲିସ ପକ୍ଷରୁ କୁହାଯାଇଛି ଯେ ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରିବା ପାଇଁ ଦର୍ଶନ ଜଣେ ସାଙ୍ଗଙ୍କଠାରୁ ୪୦ଲକ୍ଷ ଧାର କରିଥିଲେ। ଏହି ଟଙ୍କ ଜବତ କରିଛି ପୁଲିସ। ଏହାସହିତ ୩ଜଣଙ୍କ ଏହି ଘଟଣାରେ ଦୋଷ ମୁଣ୍ଡାଇବାକୁ କହିବା ଏଥିପାଇଁ ସେମାନଙ୍କୁ ଟଙ୍କା ଦେଇଥିଲେ। ଏକ ରିପୋର୍ଟ ଅନୁସାରେ ତିନି ଜଣଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେଇଥିଲେ ଦର୍ଶନ। ରେଣୁକା ସ୍ୱାମୀ ହତ୍ୟାକାଣ୍ଡ ଘଟଣାରେ ଗତ କିଛି ଦିନ ତଳେ ଅଭିନେତା ଦର୍ଶନଙ୍କୁ ପୁଲିସ ଗିରଫ କରିଥିଲା। ଜୁନ୍ ୮ତାରିଖରେ ବେଙ୍ଗାଲୁରୁରୁ ରେଣୁକା ସ୍ୱାମୀ ନମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାର ଦୁଇ ଦିନ ପରେ ଅଭିନେତା ଦର୍ଶନଙ୍କୁ ଗିରଫ କରିଥିଲା ପୁଲିସ। ସୂଚନା ଅନୁସାରେ ରେଣୁକାସ୍ୱାମୀ ଦର୍ଶନଙ୍କ ଘନିଷ୍ଠ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ସୋସିଆଲ ମଡିଆରେ ଅଶ୍ଳିଳ ମେସେଜ କରୁଥିଲେ। ଏଥିରେ ରାଗିଯାଇ ଦର୍ଶନ ରେଣୁକାଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲେ। ଏହି ଘଟଣାରେ ଦର୍ଶନ ଓ ତାଙ୍କ ବାନ୍ଧବୀଙ୍କ ସମେତ ୧୯ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ।



