www.samajalive.in
Saturday, December 6, 2025
16.1 C
Bhubaneswar

କେନ୍ଦ୍ର କର୍ମଚାରୀଙ୍କ ପାଇଁ ହ୍ୱିପ୍‌‌ ଜାରି କଲେ ସରକାର, ବିଳମ୍ବରେ ଆସିଲେ କଟିବ ଅଧା ଛୁଟି

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ହ୍ୱିପ୍‌‌ ଜାରି କରିଛନ୍ତି ସରକାର। ଏଣିକି ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ସକାଳ ୯ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ କାର୍ଯ୍ୟାଳୟ ସମୟ ଧାର୍ଯ୍ୟ କରାଯାଇଛି। ଯଦି କୌଣସି କର୍ମଚାରୀ ସକାଳ ୯ଟା ପରେ ଆସନ୍ତି, ତେବେ ତାଙ୍କୁ ଅତିରିକ୍ତ ୧୫ ମିନିଟ ପର୍ଯ୍ୟନ୍ତ କ୍ଷମାଦାନ କରାଯିବ। ଅର୍ଥାତ କର୍ମଚାରୀ ସକାଳ ୯ଟା ୧୫ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବେ। ଏହି ସମୟ ଭିତରେ ତାଙ୍କୁ ବାୟୋମେଟ୍ରିକ ମେଶିନରେ ଉପସ୍ଥାନ ପକାଇବାକୁ ହେବ। ନଚେତ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଛୁଟି ଦିବସ କଟାଯିବ। ଗୋଟିଏ ଦିନ ବିଳମ୍ବ ପାଇଁ ଅଧା ଦିନ ଛୁଟି କରାଯିବ ବୋଲି କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପକ୍ଷରୁ ଜାରି ହୋଇଥିବା ହ୍ୱିପ୍‌‌ରେ କୁହାଯାଇଛି।

ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ନିମୟ ଲାଗୁ ହୋଇଛି। କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ କର୍ମଚାରୀମାନଙ୍କ ଉପସ୍ଥାନ ଏବଂ ସମୟାନୁବର୍ତ୍ତିତା ତଦାରଖ କରିବେ ବୋଲି କୁହାଯାଇଛି। ଯଦି କୌଣସି କର୍ମଚାରୀ କୌଣସି ଦିନ କାର୍ଯ୍ୟାଳୟକୁ ଆସିପାରିବେ ନାହିଁ ସେ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଆଗୁଆ ସୂଚନା ଦେବେ ଏବଂ ଛୁଟି ପାଇଁ ଆବେଦନ କରିବେ।

- Advertisement -

କେନ୍ଦ୍ର କର୍ମଚାରୀଙ୍କ ସମୟ ସକାଳ ୯ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। କିନ୍ତୁ ଅଧିକାଂଶ ସମୟରେ କର୍ମଚାରୀମାନେ ବିଳମ୍ବରେ କାର୍ଯ୍ୟାଳୟକୁ ଆସନ୍ତି ଏବଂ ସମୟ ପୂର୍ବରୁ ଘରକୁ ଚାଲିଯାଆନ୍ତି। ବିଶେଷ କରି କୋଭିଡ ସମୟରେ ବାୟୋଗମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ ବନ୍ଦ କରାଯାଇଥିବା ବେଳେ ସେବେଠାରୁ ଏଭଳି ଅନିୟମିତତା ଲାଗି ରହିଛି। ତେଣୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୨ ଫେବୃୟାରୀରେ ଏ ନେଇ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଅନେକ କାର୍ଯ୍ୟାଳୟରେ ତାହାକୁ ପାଳନ କରାଯାଇ ନ ଥିବା ଦୃଷ୍ଟିଗୋଚର ହୋଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories