www.samajalive.in
Saturday, December 6, 2025
26.1 C
Bhubaneswar

ଖର୍ଚ୍ଚ ବଢିବ, ସଞ୍ଚୟ କମିବ, ଜାଣନ୍ତୁ ଆଜି କେଉଁ ରାଶି କଣ କହୁଛି : ଶନିବାର ରାଶିଫଳ

ମେଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ନମସ୍ୟ ହେବେ।
ବୃଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ରସଯୁକ୍ତ ହୃଦୟ କିଛି ସମୟ ପାଇଁ ପାଷାଣ ସଦୃଶ ହୋଇପାରେ। ‘ଜଗିଲା ଘରେ ଭୂତ ପଶିପାରେ ନାହିଁ।  ସୁସ୍ଥ ରହିବେ।
ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଓ ଆନନ୍ଦଦାୟକ ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। ସତ୍‌ସଙ୍ଗରୁ ମିଳିବ ଶାନ୍ତି ଓ ସୁଖର ସୂତ୍ର। ସୁଖାଦ୍ୟ ସହ ଆନନ୍ଦ ଉପଭୋଗ କରିବେ।
କର୍କଟ: ଆପଣ ଏଭଳି କଳାକୌଶଳ ଓ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ; ଯେଉଁଥିରେ କି ଶତ୍ରୁ ଶତ୍ରୁତା ଭୁଲି ପଦାନତ ହେବ। ମହାଜନଙ୍କୁ ସନ୍ତୁଷ୍ଟ କରି ଋଣମୁକ୍ତ ହେବେ। କୃଚ୍ଛ୍ର ସାଧନାରେ ସଫଳ ହେବେ।
ସିଂହ: ଆଶ୍ରିତମାନଙ୍କର ଶିକ୍ଷା ଓ ସ୍ବାସ୍ଥ୍ୟ ରକ୍ଷା ପ୍ରତି ଅଧିକ ଧ୍ୟାନ ଦେବେ। ବିଭିନ୍ନ ସ୍ତରରୁ ଦାନ ଓ ଅନୁଦାନ ପାଇବେ। ପାରିବାରିକ ଜୀବନ ଆନନ୍ଦଦାୟକ ହେବ। ମାନବବାଦର ଚେତନାକୁ ଉପସ୍ଥାପନ କରିବେ।
କନ୍ୟା:ଜୀବନ ସମର୍ପିତ ହୋଇପାରେ। ସ୍ବାଭିମାନୀ ଓ ପ୍ରୟାସୀ ହୋଇପାରନ୍ତି। ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଗଜାନନ ବେଶ ଦର୍ଶନ କରିପାରନ୍ତି। କଠିନ କାର୍ଯ୍ୟ ସମ୍ପାଦନ କରି ପ୍ରାପ୍ୟ ହାସଲ କରିବେ। ସୁସ୍ଥ ରହିବେ।
ତୁଳା: ଆଚରଣ ଓ ଉଚ୍ଚାରଣର ଶୁଦ୍ଧତା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ପୂର୍ବ ପ୍ରସ୍ତୁତି ଯୋଜନା ଅନୁଯାୟୀ ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବ। ଦେବ ଦର୍ଶନରୁ ଅଶାନ୍ତି ଦୂର ହେବ।
ବିଛା: ସେବା ଓ ପରୋପକାର ଆପଣଙ୍କ ଜୀବନର ବ୍ରତ ହୋଇପାରେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ସମସ୍ତଙ୍କ ପ୍ରିୟ ହେବେ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ଧନୁ: ଆୟ ଊଣା ହେବ ନାହିଁ। ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।
ମକର: କର୍ମଚଞ୍ଚଳ ରହିବେ। ସାଧନାରେ ସିଦ୍ଧି ପ୍ରାପ୍ତ ପାଇଁ ଅହଂକାର ଶୂନ୍ୟ ହୋଇପାରନ୍ତି। ମୃଦୁ ଭାଷୀ ହେବେ। ମନରୁ ବିଦ୍ବେଷ ଭାବ ତ୍ୟାଗ କଲେ ତ୍ରିତାପ ବାଧାବିଘ୍ନରୁ ମୁକ୍ତ ହୋଇ ପରମ ଶାନ୍ତି ପ୍ରାପ୍ତ ହେବେ।
କୁମ୍ଭ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ। ଆପଣଙ୍କ ଉପଦେଶ ଓ ଚେତାବନୀ ସୁଦୂର ପ୍ରସାରୀ ହେବ। ଐକାନ୍ତିକ ଇଚ୍ଛା ଓ ଶକ୍ତିର ପରାକାଷ୍ଟା ପ୍ରତିଭାତ ହେବ।
ମୀନ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଗୁରୁଙ୍କ ଶରଣାଗତ ଥିବାରୁ ଆପଣଙ୍କ ମନସ୍କାମନା ପୂରଣ ହୋଇପାରେ। ଜଣେ କର୍ମଠ ଓ କର୍ମଚଞ୍ଚଳ ବ୍ୟକ୍ତିଭାବେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories