ଭୁବନେଶ୍ୱର : ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ କେତେକ ସ୍ଥାନରେ ଜାରି ରହିଛି ବର୍ଷା। ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟ ୨୫ ଜିଲାକୁ ଘଡଘଡି ସହ ବର୍ଷା ନେଇ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।୨୬ ତାରିଖ ପର୍ଯ୍ୟନ୍ତ ଘଡଘଡି ସହ ହାଲୁକା ବର୍ଷା ଲାଗି ରହିବ। ଏହାସହ ୨୬ରୁ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ବାସ୍ ଘରେ ଏହି ଜିନିଷ ରହିଲେ ବିଳମ୍ବରେ ହୁଏ ଚାକିରି, ବିବାହ, ଲାଗି ରହେ ଅସଫଳତା..



