www.samajalive.in
Sunday, November 16, 2025
15.1 C
Bhubaneswar

ଜାଣନ୍ତୁ ଯୋଗ କରୁଥିଲେ କ’ଣ ଖାଇବେ

ସମାଜ ଡିଜିଟାଲ ଡେସ୍କ: ଆଜି ସାରା ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗମୟ ହୋଇଛି ସାରା ଦୁନିଆ। ଯୋଗ କରିବା ଦ୍ୱାରା ଶାରୀରିକ ସ୍ତରରେ ସୁସ୍ଥ ରହିବା ସହ ଜଣେ ବ୍ୟକ୍ତି ମାନସିକ ସ୍ତରରେ ମଧ୍ୟ ସୁସ୍ଥ ହୋଇପାରୁଛି। ଯୋଗର ଅନେକ ଉପାଦାନ ରହିଛି ଏବଂ ଏହାର ଅଭ୍ୟାସ ନିୟମିତ କରିଲେ ଆମର ଶରୀର, ମନ ତଥା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣରେ ରଖାଯାଇପାରିବ। ଏଥିପାଇଁ ପ୍ରତ୍ୟେକ ଦିନ ଯୋଗ କରିବାକୁ ପରାମର୍ଶ ଦିଆଯାଉଛି। ଯଦି ଆପଣ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରୁଛନ୍ତି ତେବେ ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଏହାଦ୍ୱାରା ଆପଣ ନିରୋଗ ରହିପାରିବେ।
ଯୋଗର ନିୟମ ଅହିଂସା, ସାତ୍ତ୍ୱିକ ଓ ସ୍ୱଚ୍ଛ ରହିବା। ଆମର ଖାଦ୍ୟପାନୀୟ ମଧ୍ୟ ଏହିପରି ହେବା ଜରୁରୀ। ଶାକାହାରୀ, ସାତ୍ତ୍ୱିକ ଓ ପରିମଳ ପରିବେଶରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସେବନ କରିବା ଉଚିତ। ଶାକାହାରୀ ହେବା ଅର୍ଥାତ ପନିପରିବା ଯୁକ୍ତ ଖାଦ୍ୟ ଖାଇବା। ଋତୁ ଅନୁସାରେ ଫଳ, ପନିପରିବା ଖାଇବା ଦ୍ୱାରା ଆମ ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ୍‌‌ ଓ ଫାଇବର ମିଳିଥାଏ। ଶାଗରେ ମିନେରାଲସ୍‌‌ ଭରପୂର ଥିବାରୁ ଶାଗ ଖାଇବା ଜରୁରୀ। ନିଜ ବଗିଚାରେ କିଛି ପନିପରିବା ଲଗାଇ ତାହାକୁ ଖାଇବାକୁ ଚେଷ୍ଟା କରନ୍ତୁ। ଏଥିସହିତ ନିଜୟମିତ ଆଲମଣ୍ଡ, ୱାଲନଟ୍‌‌ ଡ୍ରାଏଫୁଟସ୍‌‌ ଖାଆନ୍ତୁ। ଏହା ଆପଣଙ୍କ ଶରୀରକୁ ପ୍ରୋଟନ୍‌‌ ଯୋଗାଇବ।
ଛେନା, କ୍ଷୀର, ଓଟସ୍‌‌, ମିଲେଟ ଇତ୍ୟାଦି ପୁଷ୍ଟିସାର ବା ପ୍ରୋଟିନ୍‌‌ ପାଇଁ ଉପଯୁକ୍ତ ଉତ୍ସ ହୋଇଥିବାରୁ ଏହାକୁ ଖାଦ୍ୟରେ ସାମିଲ କରନ୍ତୁ। ତେବେ ମାଛ, ମାଂସ ଓ ଅଣ୍ଡା ଆଦି ଯୋଗ ଉପଯୋଗୀ ଖାଦ୍ୟ ନୁହେଁ,ଏଥିରୁ ଦୂରେଇ ରୁହନ୍ତୁ। ଏକ ପରିସ୍କାର ପରିବେଶରେ ଖାଦ୍ୟ ରାନ୍ଧିବା ଓ ଖାଇବା ଜରୁରୀ। କୌଣସି ରାସାୟନିକ ଦ୍ରବ୍ୟ ଯେପରିକି କୃତ୍ରିମ ରଙ୍ଗ, କୃତ୍ରିମ ମିଠା, ଅତ୍ୟଧିକ ତେଲ ମସଲା, ନିଶା ଜାତୀୟ ଦ୍ରବ୍ୟ ଖାଇବାକୁ ବାରଣ କରାଯାଇଛି। ଥରକରେ ପେଟ ଭରି ଖାଦ୍ୟ ନଖାଇ ବରଂ ଅଳ୍ପ ଅଳ୍ପ ଖାଇବା ଉଚିତ୍‌‌। ଏହାସହିତ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପୂର୍ବରୁ ସାଲାଡ ଖାଇବା ଅତ୍ୟନ୍ତ ଜରୁରୀ। ସାଲାଡକୁ ଖାଦ୍ୟ ସାଙ୍ଗରେ କିମ୍ବା ପରେ ଖାଇଲେ ସୁଫଳ ମିଳେ ନାହିଁ। ରାତ୍ରି ଭୋଜନ ଶୀଘ୍ର କରିବା ସହ ଭୋଜନର ୨ଘଣ୍ଟା ପରେ ଶୁଅନ୍ତୁ ଏବଂ ସକାଳୁ ଶୀଘ୍ର ଉଠି ଯୋଗାଭ୍ୟାସ ପାଇଁ ସମୟ ବାହାର କରନ୍ତୁ।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories