www.samajalive.in
Saturday, December 6, 2025
23.1 C
Bhubaneswar

ମା’ ବରାଳ ଦେବୀଙ୍କ ଐତିହାସିକ ବାର୍ଷିକ ଯାତ୍ରା ଆରମ୍ଭ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନ ବନ୍ଧଗଡ଼ଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ଐତିହାସିକ ବାର୍ଷିକ ପୂଜା ସହ ଯାତ୍ରା ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ ମଧ୍ୟ ଯାତ୍ରା ପରିଚାଳନା କମିଟି ତରଫରୁ ବହୁ ଧୂମଧାମରେ ଯାତ୍ରା ଆରମ୍ଭ ହୋଇଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାର ପ୍ରଥମ ଦିନରେ ଏକ ବିରାଟ ପଟୁଆରରେ ପାରମ୍ପରିକ ବାଜା ବାଦ୍ୟ ସହ ପୂଜକ ବାହକଙ୍କ ସହ ମା’ଙ୍କ ସମସ୍ତ ସେବାୟତ ମା’ଙ୍କ ମନ୍ଦିରରେ ପହଂଚିଥିଲେ। ଏହା ପରେ ପରମ୍ପରା ଅନୁସାରେ ମନ୍ଦିରରେ ମା’ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାନସିକଧାରୀମାନଙ୍କ ସହ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।


ଶ୍ରଦ୍ଧାଳୁମାନଙ୍କ ସାମଗମକୁ ଆଖି ଆଗରେ ରଖି ଫିରିଙ୍ଗିଆ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ କରାଯାଇଥିଲା। ଏହି ଯାତ୍ରା ପାଇଁ ପ୍ରତ୍ୟେକ ଦିନ ରାତିରେ ବିଭିନ୍ନ ପ୍ରକାର ମନୋରଞ୍ଜନର ବ୍ୟବସ୍ଥା କରାଯାଇଥିବା ବେଳେ ମୀନାବଜାର, ରାମ ଦୋଳି ବ୍ୟବସ୍ଥା କରାଯାଇଛି। ଏହି ଯାତ୍ରାକୁ ପରିଚଲାନା କରିବା ପାଇଁ ଯାତ୍ରା କମିଟି ସଭାପତି, ସମ୍ପାଦକ କୋଷାଧ୍ୟକ୍ଷଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ବର୍ଷ ପରି ତିନିଦିନ ଧରି ଯାତ୍ରାଟି ଶାନ୍ତି ଶୃଙ୍ଖଳାର ସହ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories