ସମାଜ ଡିଜିଟାଲ ଡେସ୍କ: ଭାରତରେ ଏୟାରଟେଲ କମ୍ପାନୀ ଦେଉଛି ଏକ ମଜାଦାର ଅଫର୍। ମାତ୍ର ୯ଟଙ୍କାରେ ପ୍ରିପେଡ ରିଚାର୍ଜ ପ୍ଲାନ କରିଲେ ଆପାଣ ପାଇବେ ଅସୀମିତ ଇଣ୍ଟରନେଟ୍ ସେବା। ହେଲେ ଏଥିରେ କୌଣସି ଭଏସ୍ ମେସେଜର ସୁବିଧା ପାଇବେ ନାହିଁ। ଗ୍ରାହକମାନେ ଏହି ପ୍ଲାନକୁ କମ୍ପାନୀର ସାଇଟକୁ ଯାଇ ଲାଭ ଉଠାଇପାରିବେ। ଏହାର ଅବଧି କେବଳ ଏକ ଘଣ୍ଟା ପାଇଁ ରହିବ। ଏହାର ଅର୍ଥ ବିନା କୌଣସି ଅସୁବିଧାରେ ଗ୍ରାହକମାନେ ୬୦ମିନିଟ୍ ପର୍ଯ୍ୟନ୍ତ ଅସୀମିତ ଇଣ୍ଟରନେଟ୍ ଉପଭୋଗ କରିପାରିବେ। ଏଠାରେ ହାଇସ୍ପିଡ୍ ଇଣ୍ଟରନେଟ୍ ସୀମା ହେଉଛି ୧୦ଜିବି। ଏହାପରେ ସ୍ପିଡ୍ ୬୪କେବିପିଏସ୍ ଯାଏଁ କାମ କରିବ। କୌଣସି ଜରୁରୀ କାମ କରୁଥିବା ଗ୍ରାହକଙ୍କ ପାଇଁ ଏହି ପ୍ଳାନଟି ଖୁବ ଲାଭଦାୟକ ହେବ। ତେବେ ଏୟାରଟେଲ କମ୍ପାନୀ ଗୋଟିଏ ଦିନର ବୈଧିତା ସହିତ ୩୯ଟଙ୍କାର ଅସୀମିତ ପ୍ଲାନ୍ ପ୍ରଦାନ କରିଥାଏ।
୧୦ଟଙ୍କାରୁ କମ୍ ରିଚାର୍ଜ କରି ପାଆନ୍ତୁ ଅସୀମିତ ଇଣ୍ଟରନେଟ୍: ଜାଣନ୍ତୁ କିପରି
Popular Categories



