www.samajalive.in
Sunday, December 14, 2025
19.1 C
Bhubaneswar

ଭୋଟର ସଚେତନତା ରଥ ଉଦ୍‌‌ଘାଟିତ

ଆଠଗଡ଼: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ କିପରି ଅଧିକ ସଂଖ୍ୟାରେ ଲୋକ ମତଦାନ କରିବେ ସେଥିପାଇଁ ବ୍ୟାପକ ସଚେତନତା ଉପରେ ଭାରତର ନିର୍ବାଚନ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଠଗଡ଼ ନିର୍ବାଚନ ମଣ୍ଡଳିର କୋଣ ଅନୁକୋଣରେ ରହୁଥିବା ଲୋକଙ୍କୁ ମତଦାନ କରିବା ଲାଗି ସଚେତନତା ଉଦ୍ଦେଶ୍ୟରେ ଏକ ରଥ ପରିକ୍ରମାକୁ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଶନିବାର ପତାକା ଦେଖାଇ ଉଦ୍‌‌ଘାଟନ କରିଥିଲେ। ଏକ ସୁସ୍ଥ ଓ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଅଧିକରୁ ଅଧିକ ସଂଖ୍ୟାରେ ଜନସାଧାରଣ ନିଜର ମତାଧିକାର ସାବ୍ୟସ୍ତ କରିବା ଜରୁରୀ ବୋଲି ଉପଜିଲ୍ଲାପାଳ ଶ୍ରୀ ତରାଇ ପ୍ରକାଶ କରିଥିଲେ। ଏହି ସଚେତନତା ରଥଟି ସଂଗୀତ ପରିବେଷଣ ସହିତ ଲୋକଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ କରିବା ଲାଗି ସମସ୍ତ ଗ୍ରାମାଞ୍ଚଳ ଓ ଆଠଗଡ଼ ସହରାଞ୍ଚଳରେ ନିର୍ବାଚନ ପୂର୍ବ ଯାଏଁ ପ୍ରଚାର ପ୍ରସାର କରିବ ବୋଲି ଜଣାପଡ଼ିଛି। ଏହି ରଥ ଉଦ୍‌‌ଘାଟନ କାର୍ଯ୍ୟକ୍ରମରେ ଡେପ୍ୟୁଟି କଲେକ୍ଟର ସୌଦାମିନୀ ସାହୁ ଓ ମଧୁସ୍ମିତା ବିଶି, ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ଓ ଶୁଭକଲ୍ୟାଣୀ ମହାପାତ୍ର ଏବଂ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories