www.samajalive.in
Monday, December 15, 2025
16.1 C
Bhubaneswar

ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ ପାଇଁ ରେଳବାଇର ଅଭିଯାନ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ରେଳ ଷ୍ଟେସନ ଓ ରେଳଗାଡି ଗୁଡିକରେ ସ୍ୱଚ୍ଛ ତଥା ଥଣ୍ଡା ପାନୀୟ ଜଳ ଉପଲବ୍ଧ କରି ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ ସକ୍ରିୟ ପଦକ୍ଷେପ ନିଆଯାଇଛି। ଗ୍ରୀଷ୍ମ ସମୟ ଓ ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଧ୍ୟାନରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଷ୍ଟେସନ ଗୁଡିକରେ ପାନୀୟ ଜଳର ଉପଲବ୍ଧତା ସମୀକ୍ଷା କରି ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଣ ନିଶ୍ଚିତ କରିବା ପାଇଁ ଜୋନାଲ ଓ ରେଳ ମଣ୍ଡଳ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଷ୍ଟେସନ ମାନଙ୍କରେ ସମ୍ବନ୍ଧିତ ନିୟମ ଅନୁଯାୟୀ ଯାତ୍ରୀ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଚେଷ୍ଟା କରାଯାଉଛି। ଏହି କ୍ରମରେ ସମ୍ବଲପୁର ରେଳ ମଣ୍ଡଳରେ ସମସ୍ତ ୱାଟର କୁଲର ଗୁଡିକୁ କାର୍ଯ୍ୟକ୍ଷମ, ଆବଶ୍ୟକତ ମତେ ୱାଟର ଟ୍ୟାଙ୍କର ନିୟୋଜନ, ଜଳ ଯୋଗାଣ ସୁନିଶ୍ଚିତା ପାଇଁ ନିୟମିତ ଷ୍ଟେସନ ଗୁଡିକରେ ଯାଞ୍ଚ, ଶୀତଳ ଜଳ ବଣ୍ଟନ ପାଇଁ ମହିଳା ସ୍ୱୟଂ ସହାୟକ ସଂସ୍ଥା, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍କାଉଟ ଏବଂ ଗାଇଡ ଏବଂ ଅନ୍ୟାନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ସକ୍ରିୟ ସହାୟତ ନେବା, ଜଳର ଅଭାବ ସମ୍ମୁଖୀନ ହେଉଥିବା ଅଞ୍ଚଳ ଗୁଡିକରେ ରେଳ କତ୍ତୃପକ୍ଷ ସ୍ଥାନୀୟ ମ୍ୟୁନିସିପାଲିଟି / ରାଜ୍ୟ ସରକାରଙ୍କ ସହଯୋଗରେ ବିକଳ୍ପ ଜଳ ଯୋଗାଣ ସମାଧାନ ଉପରେ କାର୍ଯ୍ୟ ଜାରି, ଷ୍ଟେସନ ଓ ରେଳଗାଡି ଗୁଡିକରେ ୨୪ ଘଣ୍ଟିଆ ମନିଟରିଂ ବ୍ୟବସ୍ଥା ଆଦି ପଦକ୍ଷେପ ନିଆଯାଇଛି। ସମସ୍ତ ଯାତ୍ରୀ ମାନଙ୍କର ଆରାମ ଦାୟକ ଓ ସୁବିଧାଜନକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ରେଳ ମନ୍ତ୍ରାଳୟ ପ୍ରତିବଦ୍ଧ ଥିବାରୁ ଏହି ସକ୍ରିୟ ପଦକ୍ଷେପ ଗୁଡିକୁ ସମ୍ପୁର୍ଣ୍ଣ ଗ୍ରୀଷ୍ମ ଋତୁରେ ଷ୍ଟେସନ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ସହଜ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories