ଋଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନରୁ ଟ୍ରଲର ସହ ମାଛ ଜବତ, ୧୦ମତ୍ସ୍ୟଜୀବୀ ଅଟକ 

ଗଞ୍ଜାମ : ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ରଅଞ୍ଚଳ  ନୋ ଫିସଙ୍ଗ ଜୋନରୁ ବେଆଇନ ଭାବେ ମାଛ ମାରୁଥିବା  ପାରାଦୀପ ଟ୍ରଲର ଜବତ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ସେଥିରେ ଥିବା ୯୭୯ ଶହ କିଲୋ ମାଛ ମଧ୍ୟ ଜବତ ପରେ ସେଗୁଡ଼ିକ ସ୍ଥାନୀୟ ମତ୍ସ୍ୟଜୀବୀ ବ୍ୟବସାୟୀମାନଙ୍କୁ  ଦିଆଯାଇଛି। ଟ୍ରଲରରେ ଥିବା ୧୦ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖା ଯାଇଛି। ଜବତ ଟ୍ରଲରରୁ  ଏ. ରାଜୁ, ଏ କ୍ରିଷ୍ଣା, ଏ. ଚଲାପଥି, ବି. ମହେଶ, ବି. ଗଣେଶ, ଦିଗବିଶ ମନା, ସମିର ଦେ, କାଳିଆ ଚୌଧୁରୀ, ସୁଜିତ ବେହେରା, ପ୍ରଶାନ୍ତ ମଲ୍ଲିକ ପ୍ରମୁଖମତ୍ସ୍ୟଜୀବୀଙ୍କୁ ବନ ବିଭାଗ ପକ୍ଷରୁ ମତ୍ସ୍ୟ ବିଭାଗକୁ ହସ୍ଥାନ୍ତର କରାଯାଇଛି।
ଏହି ଚଢ଼ାଉରେ ବନ ବିଭାଗ ପକ୍ଷରୁ ଏସସିଏଫ ଦିବ୍ୟ ଶଙ୍କର ବେହେରା, ଖଲ୍ଲିକୋଟ ଫରେଷ୍ଟର ପ୍ରଶାନ୍ତ କାର୍ଜି, ରମ୍ଭା ଫରେଷ୍ଟର ରତ୍ନା କୁମାର ବେହେରା, ପ୍ରମୋଦ କୁମାର ନାୟକ, ଫରେଷ୍ଟର ଗାର୍ଡ ରାଜେଶ୍ଵର ବେହେରା, ମାଧବ ବେହେରା, ଦେବାଶିଷ ପଟନାୟକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ଫିସେରୀ କର୍ମଚାରୀମାନେ ସାମିଲ ହୋଇଥିଲେ।
 ସୂଚନା ଯୋଗ୍ୟଯେ  ଋଷିକୁଲ୍ୟା ମୁହାଁଣ ଅଞ୍ଚଳରେ ବର୍ତ୍ତମାନ ବିରଳ ଅଲିଭ ରିଡଲ ସାମୁଦ୍ରିକ କଇଁଛ ମିଳନ ପ୍ରକ୍ରିୟା ସାରି ଗଣ ଅଣ୍ଡାଦାନ ପାଇଁ ଅପେକ୍ଷା ରହିଛନ୍ତି। ପାଗ ଅନୁକୂଳ ଅବସ୍ଥା ନଥିବା ଯୋଗୁଁ ଅଣ୍ଡା ଦାନ ହେଇନାହିଁ।
 ଏଠାରେ ଲକ୍ଷାଧିକ ଅଲିଭ ରିଡଲେ କଇଁଛଙ୍କ ସମାଗାମ ହୋଇଛି। ଯାହାକୁନେଇ ନଭେମ୍ବର ମାସରୁ ଉତ୍ତରକୁ ପ୍ରୟାଗି, ଦକ୍ଷିଣ ଦିଗରେ ଆର୍ଜିପଲ୍ଲୀ ପର୍ଯ୍ୟନ୍ତ ୧୦ କିଲୋମିଟର ଲେଖାଏଁ ଓ ସମୁଦ୍ର ମଧ୍ୟକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡ଼ଙ୍ଗା କିମ୍ବା ଟ୍ରଲର ସାହାଯ୍ୟରେ ମାଛ ମରିବାକୁ ବନ ବିଭାଗ କଟକଣା ଜାରି କରିଛି।

Comments are closed.