www.samajalive.in
Monday, December 15, 2025
16.1 C
Bhubaneswar

ନୂତନ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ

ଆଠଗଡ଼:  ଆଠଗଡ଼ ବ୍ଲକ ଅନ୍ତର୍ଗତ ୩୪ଟି ପଞ୍ଚାୟତର ୧୦୨୬ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନର୍ଭୁକ୍ତ କରାଯାଇ ବର୍ଦ୍ଧିତ ହାରରେ ଭତ୍ତା ପ୍ରଦାନ କରାଯାଇଛି। ବୁଧବାର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ନିଜ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟ ସରକାର ସାମଗ୍ରିକ ବିକାଶ ସହିତ ବରିଷ୍ଠ ନାଗରିକ, ଗରିବଗୁରୁବା ଓ ଅସହାୟଙ୍କ ସାମାଜିକ ସୁରକ୍ଷା ଲାଗି ପ୍ରତିବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ ଅର୍ଥନୀତି ଓ ବଜାର ନୀତି ଯୋଗୁଁ ଦରଦାମ ଅହେତୁକ ବୃଦ୍ଧି ଘଟୁଥିବାରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟ ସରକାର ଓଡ଼ିଶାର ଗରିବ ଜନସାଧାରଣଙ୍କର ଆଶ୍ୱସ୍ତି ପାଇଁ ଭତ୍ତା ଟଙ୍କା ଦୁଇଗୁଣା ବୃଦ୍ଧି କରିବା ସହ ରେସନକାର୍ଡଧାରୀଙ୍କୁ ୧ହଜାର ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏହି ଅବସରରେ ୮୨୦ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୧୦୩ଜଣଙ୍କୁ ବିଧବା ଭତ୍ତା, ୭୭ଜଣଙ୍କୁ ଦିବ୍ୟାଙ୍ଗ, ୨୬ଜଣ ସ୍ୱାମୀ ପରିତ୍ୟକ୍ତା ଓ ଅବିବାହିତାଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଥିଲା। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚପଳା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ବିଡିଓ ପ୍ରଦୀପ କୁମାର ସାହୁ, ଆତ୍ମାର ଅଧ୍ୟକ୍ଷ ରବୀନ୍ଦ୍ରନାଥ ରାଉତ, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ଓ ଶାନ୍ତିଲତା ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନୃସିଂହଚରଣ ମହାପାତ୍ରଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ। ସାମାଜିକ ସୁରକ୍ଷା ବିଭାଗ କନିଷ୍ଠ ସହାୟକ ମୁକେଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ମୁରଲୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories