ରେଭେନ୍ସା ସମେତ ୫ଟି ଶିକ୍ଷାନୁଷ୍ଠାନର ବିଏଡ୍‌ ପ୍ରମାଣପତ୍ରକୁ ଅବୈଧ ଦର୍ଶାଇଲା ଏକଲବ୍ୟ ମଡେଲ ସ୍କୁଲ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ୪ଟି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଇଣ୍ଟିଗ୍ରେଟେଡ ବିଏଡ୍‌ (ବ୍ୟାଚଲର ଅଫ ଏଜୁକେସନ) ପ୍ରମାଣପତ୍ରକୁ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ) କର୍ତ୍ତୃପକ୍ଷ ଗ୍ରହଣ କରୁନାହାନ୍ତି। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଏହି ପ୍ରମାଣପତ୍ରକୁ ଅବୈଧ ବୋଲି କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ଇଣ୍ଟିଗ୍ରେଟେଡ ବିଏଡ୍‌ ପାଠ୍ୟକ୍ରମରେ ୫ଟି ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ପ୍ରାର୍ଥୀ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ବାଦ୍ ପଡିଥିବା ପ୍ରାର୍ଥୀମାନେ ଏ ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଇଏମଆରଏସ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।

୨୦ରୁ ମାଟ୍ରିକ ପରୀକ୍ଷା, ଦେଢ଼ଘଣ୍ଟା ପୂର୍ବରୁ କେନ୍ଦ୍ରକୁ ଯିବେ ପରୀକ୍ଷାର୍ଥୀ

ଜନଜାତି ମନ୍ତ୍ରଣାଳୟ ଅଧିୀନସ୍ଥ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ଅନୁଯାୟୀ ରେଭେନ୍ସା ସମେତ ଅନ୍ୟ ୪ଟି ଶିକ୍ଷାନୁଷ୍ଠାନରେ ଇଣ୍ଟିଗ୍ରେଟେଡ ବିଏଡ୍‌ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଶତାଧିକ ବିଦ୍ୟାର୍ଥୀ ଆବେଦନ କରିଥିଲେ। ଆବେଦନକାରୀଙ୍କ ପ୍ରମାଣପତ୍ର ୨୦୨୪ ଫେବୃଆରୀ ୧ରେ ଯାଞ୍ଚ ହୋଇଥିଲା। ଓଡ଼ିଶାରୁ ୩୦ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ପ୍ରମାଣପତ୍ର ଯାଞ୍ଚ ପାଇଁ ଡକାଯାଇଥିଲା। ସେମାନଙ୍କର ଇଣ୍ଟିଗ୍ରେଡେଟ ବିଏଡ୍‌ ପ୍ରମାଣପତ୍ରକୁ ତ୍ରୁଟିପୂର୍ଣ୍ଣ ବୋଲି କୁହାଯାଇଥିଲା। ଜଣେ ପ୍ରାର୍ଥୀଙ୍କର ଅନୁନ୍ୟ ସ୍ନାତକ ଡିଗ୍ରୀ ସହ ଦୁଇ ବର୍ଷ ମଧ୍ୟରେ ୨ଟି ମନୋନୀତ ବିଷୟରେ ଶିକ୍ଷାଗ୍ରହଣ ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟ, ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ବବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା।

ହାଜର ହେଉନାହାନ୍ତି କେଜ୍ରିୱାଲ, ଅଦାଲତରେ ଇଡି

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ନିୟମ ଅନୁଯାୟୀ ଛାତ୍ରଛାତ୍ରୀ ଇଣ୍ଟିଗ୍ରେଟେଡ ବିଏଡ୍‌ ପାଠ୍ୟକ୍ରମର ୨ଟି ବିଷୟରେ ଶିକ୍ଷାଗ୍ରହଣ କରିଥାନ୍ତି। ପ୍ରତିବର୍ଷ ଜଣେ ବିଦ୍ୟାର୍ଥୀ ଗୋଟିଏ ବିଷୟରେ ୨୦୦ନମ୍ବରର ପରୀକ୍ଷା ଦେଇଥାଏ। ଏହି ପରୀକ୍ଷା ପଦ୍ଧତିକୁ ତ୍ରୁଟିପୂର୍ଣ୍ଣ ବୋଲି ଇଏମଆରଏସ ଦର୍ଶାଇଛି। ପ୍ରତିବର୍ଷ ବିଦ୍ୟାର୍ଥୀମାନେ ଗୋଟିଏ ବିଷୟ ବଦଳରେ ୨ଟି ମନୋନୀତ ବିଷୟରେ ୧୦୦ନମ୍ବର ଲେଖାଏଁ ପରୀକ୍ଷା କରିବାକୁ ଇଏମଆରଏସ କର୍ତ୍ତୃପକ୍ଷ ଯୁକ୍ତି ଦର୍ଶାଇଛନ୍ତି। ଇଏମଆରଏସ ପଦ୍ଧତି ଅନୁଯାୟୀ ଏହିସବୁ ଶିକ୍ଷାନୁଷ୍ଠାନରେ ପରୀକ୍ଷା ପରିଚାଳନା ହେଉନଥିବାରୁ ବିଦ୍ୟାର୍ଥୀଙ୍କ ଯୋଗ୍ୟତା ପ୍ରମାମଣପତ୍ରକୁ ନକଲି ବୋଲି ଇଏମଆରଏସ କର୍ତ୍ତୃପକ୍ଷ କହିଛନ୍ତି।

ବିଜେପି ସାଂସଦ ରୀତା ବହୁଗୁଣାଙ୍କୁ ୬ ମାସ ଜେଲଦଣ୍ଡ

ପ୍ରକାଶ ଯେ, ଓଡିଶାରେ ୟୁଜିସି ଦ୍ବାରା ଜାରି କରାଯାଇଥିବା ସିବିସିଏସ ମଡେଲ-୨୦୧୬କୁ ଗ୍ରହଣ କରାଯାଇଛି। ଏଥିରେ ପ୍ରତିବର୍ଷ ଗୋଟିଏ ଲେଖାଏଁ ମନୋନୀତ ବିଷୟ ପଢ଼ି ପାରିବେ ବୋଲି ନିୟମ ରହିଛି। ରାଜ୍ୟ ସରକାରଙ୍କ ମଡେଲ ପାଠ୍ୟଖସଡ଼ାରେ ମଧ୍ୟ ଏହି ନିୟମ ରହିଛି। ରାଜ୍ୟ ସରକାର ଏହି ନିୟମକୁ ଇଏମଆରଏସ କର୍ତ୍ତୃପକ୍ଷ ମାନୁନାହାନ୍ତି। ଏହି ପ୍ରମାଣପତ୍ର ଯାଞ୍ଚ କରୁଥିବା ଦଳ ଓଡ଼ିଶାର ସବୁ ବିଶ୍ବବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ ବିଏଡ୍‌ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେଉଥିବା ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ରକୁ ଗ୍ରହଣ କରୁନାହିଁ। ଯାହାଦ୍ବାରା ସମ୍ପୃକ୍ତ ପ୍ରାର୍ଥୀମାନେ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ପଡିଥିଲେ। ଆଗାମୀ ଦିନରେ ଟିଜିଟି କଳା ପଦରେ ପ୍ରମାଣପତ୍ର ଯାଞ୍ଚ ହେବାର ଅଛି। ସମାନ ମାନଦଣ୍ଡରେ ରାଜ୍ୟର ବହୁ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ଦିଗରେ କେନ୍ଦ୍ର ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ହସ୍ତକ୍ଷେପ କରିବାକୁ ବହୁ ଆଶାୟୀ ନିବେଦନ କରିଛନ୍ତି।

ଏ ସପ୍ତାହ କେମିତି କଟିବ, ଜାଣନ୍ତୁ ଭାଗ୍ୟଫଳ

Comments are closed.