www.samajalive.in
Monday, December 8, 2025
24.1 C
Bhubaneswar

ବିଜେପି ସାଂସଦ ରୀତା ବହୁଗୁଣାଙ୍କୁ ୬ ମାସ ଜେଲଦଣ୍ଡ

ଲକ୍ଷ୍ନୌ: ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶର ଏକ ଅଦାଲତ ଶୁକ୍ରବାର ବରିଷ୍ଠ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୬ ମାସ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ରୀତାଙ୍କ ଉପରେ ୧୧୦୦ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଛନ୍ତି। ୨୦୧୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ପ୍ରଚାର ସମୟ ସୀମା ଶେଷ ହୋଇଥିବା ସତ୍ତ୍ବେ ରୀତା ଏକ ସଭାକୁ ସମ୍ବୋଧିତ କରିଥିବାରୁ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଗତ ହୋଇଥିଲା। ରୀତା ସେତେବେଳେ କଂଗ୍ରେସ ପ୍ରାର୍ଥୀଭାବେ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟ ଆସନରୁ ନିର୍ବାଚନ ଲଢୁଥିଲେ। ସୂଚନାଯୋଗ୍ୟ ରୀତା ପ୍ରଥମେ କଂଗ୍ରେସ ନେତ୍ରୀ ଥିବାବେଳେ ୨୦୧୬ ଅକ୍ଟୋବରରେ ବିଜେପିରେ ଯୋଗ ଦେଇଥିଲେ।

ବିଶ୍ବ କର୍କଟ ଦିବସ:ମାରାତ୍ମକ କ୍ୟାନ୍ସରର ଭୟାବହତାରୁ ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories