www.samajalive.in
Wednesday, December 10, 2025
16.1 C
Bhubaneswar

ହାଜର ହେଉନାହାନ୍ତି କେଜ୍ରିୱାଲ, ଅଦାଲତରେ ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପାଞ୍ଚଥର ସମନ୍‌ ଜାରି କରାଯାଇଥିଲେ ସୁଦ୍ଧା ସେ ବାରମ୍ବାର ଏହାକୁ ଏଡାଇ ଯାଉଛନ୍ତି। ଫେବୃଆରୀ ୨ (ଶୁକ୍ରବାର) ହାଜର ହେବାକୁ ପଞ୍ଚମ ଥର ନୋଟିସ ଦିଆଯାଇଥିବା ସତ୍ତ୍ବେ କେଜରିୱାଲ ଏହାକୁ ଅମାନ୍ୟ କରିଛନ୍ତି। ଫଳରେ ଇଡି ପକ୍ଷରୁ ଶନିବାର ସ୍ଥାନୀୟ ରୋଜ ଏଭିନ୍ୟୁ ଅଦାଲତରେ ପିଟିସନ ଦାଏର କରାଯାଇଛି। ବିଚାରପତି ଶନିବାର ଏହାର ଶୁଣାଣି ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ୭ରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ବିଜେପି ସାଂସଦ ରୀତା ବହୁଗୁଣାଙ୍କୁ ୬ ମାସ ଜେଲଦଣ୍ଡ

- Advertisement -

ବର୍ତ୍ତମାନ କେଜରିୱାଲଙ୍କୁ ଦୋହରା ବିପତ୍ତି ପଡିଛି। ଗୋଟିଏପଟେ ଇଡି ବାରମ୍ବାର ସମନ ଜାରି କରୁଥିବାବେଳେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପକ୍ଷରୁ ପୃଥକ ନୋଟିସ ଜାରି କରାଯାଇଛି। ୨୫ କୋଟି ଟଙ୍କା ଲାଞ୍ଚ ଦେଇ ଆପ୍‌ର ସାତଜଣ ବିଧାୟକଙ୍କୁ କିଣିବାକୁ ବିଜେପି ଚକ୍ରାନ୍ତ କରୁଛି ବୋଲି ନିକଟରେ କେଜରିୱାଲ ଯେଊଁ ମନ୍ତବ୍ୟ ଦେଇଥିଲେ, ତାହାର ପ୍ରତିବାଦରେ ବିଜେପି ପକ୍ଷରୁ ଦିଲ୍ଲୀର ଏକ ଥାନାରେ ଏତଲା ଦାଏର କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories