www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ବ କର୍କଟ ଦିବସ:ମାରାତ୍ମକ କ୍ୟାନ୍ସରର ଭୟାବହତାରୁ ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ରବିବାର ବିଶ୍ୱ କର୍କଟ ଦିବସ । ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ୱାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନ୍‌ସର ଦିବସ ଭାବେ ପାଳନ କରାଯାଏ । ତେବେ ଚଳିତବର୍ଷ ବିଶ୍ୱ କ୍ୟାନ୍‌ସର ଦିବସର ବାର୍ତ୍ତା ରହିଛି ‘ଆଇ ଆମ୍‌ ଆଣ୍ଡ ଆଇ ଉଇଲ୍‌’। ଭୁଲ୍ ସୂଚନା ଏବଂ ଅନ୍ଧବିଶ୍ୱାସକୁ ଦୂର କରିବା ସହ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଠିକ୍ ସମୟରେ ରୋଗକୁ ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏହି ରୋଗରେ ପୀଡ଼ିତ ରୋଗୀ ସୁସ୍ଥ ହେବାର ଅଧିକ ସମ୍ଭାବନା ରହିଥାଏ।  ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗ ହୋଇଥାଏ। ବିଶ୍ୱରେ ୮୦ ଲକ୍ଷରୁ ଅଧିକ ଲୋକ ପ୍ରତିବର୍ଷ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି।  କର୍କଟଜନିତ ମୃତ୍ୟୁ ଓ ପୀଡ଼ିତଙ୍କ ସଂଖ୍ୟା ହ୍ରାସ କରିବା ଲାଗି କର୍କଟ ଆକ୍ରାନ୍ତଙ୍କ ସମର୍ଥନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଏ। କର୍କଟ ରୋଗ ଚିହ୍ନଟ ପରେ ତା’ ସହ ଲଢ଼ିବା ପାଇଁ ସେମିନାର, କ୍ୟାମ୍ପେନ୍‌, ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories