www.samajalive.in
Sunday, December 7, 2025
14.1 C
Bhubaneswar

ସୋମବାରଠାରୁ ବିଧାନସଭା ଅଧିବେଶନ: ରବିବାର ସର୍ବଦଳୀୟ ବୈଠକ

ଭୁବନେଶ୍ବର: ସୋମବାରଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏଥିପାଇଁ ବିଧାନସଭା ପୁରା ସୁରକ୍ଷା ବଳୟରେ ରହିବ। କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ପରିସର ଏବଂ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ ହୋଇଥିବା କହିଛନ୍ତି ଉପାୟୁକ୍ତ ପ୍ରତୀକ ସିଂହ। ସୁରକ୍ଷାକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୂତୟନ ହେବେ। ୮ଜଣ ଅତିରିକ୍ତ ଉପାୟୁକ୍ତ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ୧୦୦ରୁ ଅଧିକ ପୁଲିସ କର୍ମଚାରୀ ସାମିଲ ହେବେ । ପୁରା ବିଧାନସଭା ସିସି ଟିଭି ନଜରରେ ରହିବ।  ବିଧାନସଭା ବେଳେ ଏକାଧିକ ସଂଗଠନ ବିକ୍ଷୋଭ କରିବେ। ଏହାକୁ ନଜରରେ ରଖି ପୁଲିସ ବିକ୍ଷୋଭସ୍ଥଳରେ ଡ୍ରୋନ୍ ଉଡାଇବ।  କମିଶନରେଟ୍ ପୁଲିସ ପୁରା ଭୁବନେଶ୍ବରକୁ ନାକାବନ୍ଦୀ କରିଛି। ବିଧାନସଭା ସମୟରେ ବିଭିନ୍ନ ସଂଗଠନର ବିକ୍ଷୋଭ ଓ ଆତ୍ମାହୁତି ଉଦ୍ୟମ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ଏଥିଲାଗି କର୍ମଚାରୀମାନେ ସାଦା ପୋଷାକରେ ବୁଲିବେ। ଗାଡି ମୋଟର ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ରାତି ୧୧ଟା ହେବା ମାତ୍ରେ  ପୁଲିସ ବୁଲି ବୁଲି ଦୋକାନ ବଜାର ବନ୍ଦ କରିବାକୁ ତାଗିଦ କରୁଛି। ଏପରିକି ୨୪ ଘଣ୍ଟିଆ ସଜାଗ ରହିବା ଲାଗି ସମସ୍ତ ଥାନା କର୍ମଚାରୀଙ୍କୁ ନିର୍ଦ୍ଧେଶ ରହିଛି। ସେପଟେ ସୋମବାରଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା କରାଯିବ । ଗୃହର ସୁପରିଚାଳନା ପାଇଁ ବାଚସ୍ପତି ଉଭୟ ଶାସକ ଏବଂ ବିରୋଧୀଙ୍କ ସହଯୋଗ ଲୋଡିବେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories