ଏ ସପ୍ତାହ କେମିତି କଟିବ, ଜାଣନ୍ତୁ ଭାଗ୍ୟଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳନ୍ତୁ। କର୍ମକ୍ଷେତ୍ରରେ ଅସୁବିଧା ଦେଖାଦେବ। ବୁଧବାର ଓ ଗୁରୁବାର ନୂତନ ନିଯୁକ୍ତି ମିଳିପାରେ। ଆୟ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ ଓ ବସ୍ତ୍ରଦାନ କରନ୍ତୁ।

ବିଶ୍ବ କର୍କଟ ଦିବସ:ମାରାତ୍ମକ କ୍ୟାନ୍ସରର ଭୟାବହତାରୁ ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ


ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ମଧ୍ୟମ ସଫଳତା ପାଇବେ। ଆୟ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ଆଧ୍ୟାତ୍ମିକବାଦୀ ହେବେ। ଶୁକ୍ରବାର ଓ ଶନିବାର ଯାତ୍ରାକାଳୀନ ଦୁର୍ଘଟଣାର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମଅନୁରୂପ ଫଳ ପ୍ରାପ୍ତି ହେବ। ଅନ୍ୟକୁ ସାହାଯ୍ୟ କରି ଆନନ୍ଦିତ ହେବେ। ବୁଧବାର ଓ ଗୁରୁବାର ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଶୁକ୍ରବାର ଓ ଶନିବାର ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ର ନାମ ପାଠ କରନ୍ତୁ।

ସୋମବାରଠାରୁ ବିଧାନସଭା ଅଧିବେଶନ: ରବିବାର ସର୍ବଦଳୀୟ ବୈଠକ


କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ପାରିବାରିକ ସହଯୋଗ ପ୍ରାପ୍ତ ହେତୁ ସମସ୍ୟା ଦୂରୀଭୂତ ହେବ। ସୌଭାଗ୍ୟଶାଳୀ ହେବେ। ଶୁକ୍ରବାର ଓ ଶନିବାର ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ପାଠ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରୀତିରେ ସଫଳତା ଲାଭ କରିବେ। ସୌଖୀନ ଦ୍ରବ୍ୟ କିଣିପାରନ୍ତି। ବୁଧବାର ଓ ଗୁରୁବାର ଶତ୍ରୁଦ୍ବାରା ପରାସ୍ତ ହେବେ। ଶୁକ୍ରବାର ଓ ଶନିବାର ଧାର୍ମିକ ଚେତନାରେ ଉଦ୍‌ବୁଦ୍ଧ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସାମାଜିକ କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତି ହେବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର ମାନସିକ ଅବସାଦ ଓ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।

ବୋଲେରୋ-ଟ୍ରକ୍ ଧକ୍କା: ୮ ଗୁରୁତର


ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସନ୍ତାନହେତୁକ ଚିନ୍ତା ଦୂରହେବ। ନୂତନ ଚିନ୍ତାଧାରାଯୁକ୍ତ ହେବେ। ବୁଧବାର ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପଦୋନ୍ନତି ମିଳିପାରେ। ଶୁକ୍ରବାର ଓ ଶନିବାର ସ୍ତ୍ରୀ ହେତୁକ ସମସ୍ୟା ଦୂରହେବ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ତାଣ୍ଡବ ପାଠ କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସାମାନ୍ୟ କଥାକୁ ନେଇ ପାରିବାରିକ ଅଶାନ୍ତି ଦେଖାଦେବ। ଶତ୍ରୁ ଦ୍ବାରା ପରାଭୂତ ହେବେ। ବୁଧବାର ଓ ଗୁରୁବାର କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ସ୍ତ୍ରୀ ହେତୁକ ଧନଲାଭ ହେବ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ।

ଟ୍ବିନ୍‌ ସିଟିରେ ଘନକୁହୁଡି: ଯାତାୟାତ ବାଧାପ୍ରାପ୍ତ


ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଧୁବାନ୍ଧବଙ୍କ ଗହଣରେ ସମୟ କଟିବ। ସମସ୍ୟା ଦୂର ପାଇଁ ଚେଷ୍ଟା କରିବେ। ବୁଧବାର ଓ ଗୁରୁବାର ସାବଧାନତା ଲୋଡ଼ା। ଶୁକ୍ରବାର ଓ ଶନିବାର ଦେବ ଦର୍ଶନରେ ଆନନ୍ଦ ପ୍ରାପ୍ତି ହେବ। ପରିଶ୍ରମ ଜନିତ କ୍ଳାନ୍ତି ଅନୁଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ଦ୍ରବ୍ୟ ଚୋରିର ସମ୍ଭାବନା ରହିଛି। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ର ବ୍ୟାପକ ହେବ। ଦୂରଦେଶକୁ ଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର ବାକ୍‌ ସଂଯମତା ରକ୍ଷା କରନ୍ତୁ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତି ହେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ବୁଧବାର ଓ ଗୁରୁବାର ମାଲିମକଦ୍ଦମାର ସମ୍ମୁଖୀନ ହେବେ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଶାନ୍ତି ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ କାଳୀଙ୍କ ସହସ୍ରନାମ ପାଠ କରନ୍ତୁ।

ଦୁଇ ଦିନିଆ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ : ୧୧୬୦୦ କୋଟିର ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍‌ଘାଟନ


ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରଗତିରେ ପଥରୋଧ ହେବ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ବୁଧବାର ଓ ଗୁରୁବାର ଶ୍ରୀ ଯୁକ୍ତ ହେବେ। ସୌଖୀନ ଦ୍ରବ୍ୟ କ୍ରୟ କରିବେ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଶତ୍ରୁ ଦ୍ବାରା ପରାଭୂତ ହେବେ। ମାନହାନି ଘଟିପାରେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳନ୍ତୁ। ରିଷ୍ଟଖଣ୍ଡନ ପାଇଁ ସପ୍ତଶ୍ଳୋକୀ ଚଣ୍ଡୀପାଠ କରନ୍ତୁ।

Comments are closed.