www.samajalive.in
Monday, December 15, 2025
14.1 C
Bhubaneswar

ଋଣ ମେଳାରେ ଲାଭାର୍ଥୀଙ୍କୁ ଋଣ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ଡେସ୍କ: ସମ୍ବଲପୁର ଏବଂ ଢେଙ୍କାନାଳରେ ଭାରତ ସରକାରଙ୍କ ତରଫରୁ ଶନିବାର ଅନୁଷ୍ଠିତ ପୃଥକ ପୃଥକ ‘ଋଣ ମେଳା’ ତଥା ‘କ୍ରେଡିଟ୍ ଆଉଟରିଚ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ୪ଟି ଜିଲ୍ଲା ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ ଓ ଅନୁଗୋଳର ୨ ଲକ୍ଷ ୬୬ ହଜାର ୧୮୬ ଲାଭାର୍ଥୀଙ୍କୁ ୪ ହଜାର ୮୨୬ କୋଟି ତଥା ପ୍ରାୟ ୫ ହଜାର କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ହିତାଧିକାରୀ ମାନଙ୍କୁ ଏହି ଋଣ ପ୍ରଦାନ କରିଛନ୍ତି।

ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀରାମ ବାନରସେନା ମାଧ୍ୟମରେ ଅଧର୍ମ ବିରୁଦ୍ଧରେ ଧର୍ମର ବିଜୟ ପାଇଁ ରାମସେତୁ ନିର୍ମାଣ କରାଇଥିଲେ, ସେହିପରି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦାରିଦ୍ର୍ୟକୁ ହ୍ରାସ କରି ଲୋକ ମାନଙ୍କୁ ଆତ୍ମନିର୍ଭର କରିବା ସହ ସେମାନଙ୍କୁ ସ୍ୱାଭିମାନୀ କରିବା ପାଇଁ ବଜ୍ର ପ୍ରତିଜ୍ଞା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୭୦ ହଜାର ୬୮୯ ଜଣ ହିତାଧିକାରୀଙ୍କୁ ୨୨୮୯ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି। ଅନୁରୂପ ଭାବରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୧ ଲକ୍ଷ ୯୫ ହଜାର ୪୯୭ ଜଣ ଲାଭାର୍ଥୀଙ୍କୁ ୨୫୩୭ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି।

- Advertisement -

ଋଣ ମେଳା କାର୍ଯ୍ୟକ୍ରମରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷ ନେତୃତ୍ୱ ଗରିବ, ମହିଳା, କୃଷକ ଓ ଯୁବକମାନଙ୍କୁ କମ୍ ସୁଧରେ ଋଣ ଯୋଗାଇ ଦିଆଯାଉଛି, ଯାହା ସେମାନଙ୍କୁ ଆତ୍ମନିର୍ଭର କରିବା ସହିତ ସେମାନଙ୍କୁ ଆର୍ଥିକ ଶକ୍ତି ପ୍ରଦାନ କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories