ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ୫ଟି ଗ୍ରାମ କରକ୍ଷପଲ୍ଲି, କଦରପଲ୍ଲୀ, ଗଞ୍ଜୁ, ବଡ କୁସସ୍ଥଳୀ ଓ ପେଣ୍ଠକ୍ଷପଲ୍ଲୀରେ ଗୋପାଳପୁର ଥାନା ପକ୍ଷରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଡ଼ାକବାଜି ଯନ୍ତ୍ର ଦ୍ବାରା ବିଭିନ୍ନ ମାମଲାରେ ଜଡିତ ଥାଇ ହାଜର ହେଉନଥିବା ଲୋକଙ୍କୁପଳାତକ ଘୋଷଣା କରିବା ସହ କୋର୍ଟ ଆଦେଶକୁ ଅବମାନନା କରି ହାଜର ହେଉନଥିବାରୁ ୩୦ ଦିନ ମଧ୍ୟରେ କୋର୍ଟରେ ହାଜର ନହେଲେ ସେମାନଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ କରାଯିବ ବୋଲି ଅଭିଯୁକ୍ତଙ୍କ ଘରେ ନୋଟିସ ଲଗାଯାଇଥିବା ଜଣାପଡିଛି। ଅଭିଯୁକ୍ତ ମାନେ ହେଲେ କରାପଲ୍ଲୀର ପି. ସିମାଦ୍ରି ରେଡ଼ି, ଗଞ୍ଜୁ ଗ୍ରାମର ଚନ୍ଦ୍ରମଣି ବେହେରା, ବଡ କୁଶସ୍ଥଳୀ ଗ୍ରାମର ନିର ସେଠୀ, କଦରପଲ୍ଲି ଗ୍ରାମର ଭାରତ ପ୍ରଧାନ ଓ ପେଣ୍ଠା ପଲ୍ଲୀ ଗ୍ରାମର ବଳରାମ ରେଡ଼ି।
Popular Categories



