www.samajalive.in
Sunday, December 14, 2025
19.1 C
Bhubaneswar

ପାଟଣା ରାମ ମନ୍ଦିରରେ ଭବ୍ୟ ଆୟୋଜନ

ପାଟଣା: ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପର୍ବକୁ ସ୍ମରଣୀୟ କରିବା ପାଇଁ ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର ମନ୍ଦିର ମାନଙ୍କୁ ସଫେଇ କରାଯାଇଥିବା ବେଳେ ସମସ୍ତ ମନ୍ଦିରରେ ୨୨ରେ ଦୀପ ଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଅନ୍ୟ ପକ୍ଷରେ ବ୍ଲକ ମୁଖ୍ୟାଳୟ ପାଟଣାର ପ୍ରାଚୀନ ଆନନ୍ଦେଶ୍ୱର ମନ୍ଦିର ପରିସରରେ ଥିବା ରାମ ମନ୍ଦିରରେ ୨୨ରେ ଭବ୍ୟ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଦିନ ପ୍ରଭୁ ଶ୍ରୀ ରାମ, ଅନୁଜ ଲକ୍ଷ୍ମଣ ଓ ମାତା ସୀତାଙ୍କ ପ୍ରତିମୂର୍ତ୍ତିକୁ ରଥାରୂଢ କରାଯାଇ ନାମ ସଂକୀର୍ତ୍ତନ ସହ ନଗର ପରିକ୍ରମା କରାଯିବ। ଏହାଛଡା ମନ୍ଦିରରେ ସୁନ୍ଦରାକାଣ୍ଡ, ଗୀତା ଯଜ୍ଞ, ହନୁମାନ ଚାଳିଶା ପାଠ କରାଯିବ। ସନ୍ଧ୍ୟାରେ ଶ୍ରଦ୍ଧାଳୁ ମହିଳା ମାନଙ୍କ ଦ୍ଵାରା ସାମୁହିକ ଦୀପ ପ୍ରଜ୍ବଳନ କରାଯିବ ବୋଲି କମିଟିର ସଭାପତି ଅଜୟ କୁମାର ଦାଶ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories