ନିଷ୍ଟ ଅନୁଷ୍ଠାନ ଠାରେ ଅନ୍ତର୍ଜାତୀୟ ସମ୍ମିଳନୀ
ଗୋପାଳପୁର: ପାଲୁର ହିଲ୍ ଠାରେ ଥିବା ନିଷ୍ଟ ଅନୁଷ୍ଠାନ ପରିସରରେରେ କମ୍ପ୍ୟୁଟର୍ ସାଇନ୍ସ ଏଣ୍ଡ ଇଞ୍ଜିନିୟରିଂ ବିଭାଗ ତରଫରୁ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ପ୍ରାୟୋଜିତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅଧ୍ୟକ୍ଷ ଡ଼. ପି. ରାଜେଶ କୁମାର ସ୍ୱାଗତ ଭାଷଣ ଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମେରିଲ୍ୟାଣ୍ଡର ବାଲ୍ଟିମୋରସ୍ଥିତ ଜନ୍ସ ହପ୍କିନ୍ସ ବିଶ୍ୱବିଦ୍ୟାଳୟର ବରିଷ୍ଠ ବୈଜ୍ଞାନିକ ଏବଂ ୫ଜି ମୁଖ୍ୟ ରଣନୀତିଜ୍ଞ ଡକ୍ଟର ଆଶୁତୋଷ ଦତ୍ତ, ସମ୍ମାନିତ ଅତିଥି ଭାବେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ମଞ୍ଜୁ ଖାରି ଏବଂ ଭାରତ ସରକାରଙ୍କ ଡିଆଇଟିର ଗବେଷଣା ଓ ବିକାଶର ବୈଜ୍ଞାନିକ ଅରବିନ୍ଦ କୁମାର ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।
Comments are closed.