www.samajalive.in
Saturday, December 13, 2025
26.1 C
Bhubaneswar

ନୂଆ ଓଡିଶା ସାଂସ୍କୃତିକ କାର୍ୟକ୍ରମ, ନାଁ ରଖିଲେ ଢେଙ୍କିକୋଟର ଛାତ୍ରୀ

ପାଟଣା: ଢେଙ୍କିକୋଟର ଆଞ୍ଚଳିକ ସତ୍ୟନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ହେବା ପରଠାରୁ କୌଣସି ବ୍ଲକ ଅବା ଜିଲ୍ଲାସ୍ତରକୁ କୌଣସି ବିଭାଗରେ ଏହାର ଛାତ୍ରଛାତ୍ରୀ ମାନେ ଯାଇପାରି ନ ଥିବା ବେଳେ ଏବେ ଉପଖଣ୍ଡସ୍ତରୀୟ ନୂଆ ଓଡିଶା ସାଂସ୍କୃତିକ କାର୍ୟକ୍ରମ କେନ୍ଦୁଝରରେ ଅନୁଷ୍ଠିତ ହୋଇଥିବା ବେଳେ ଢେଙ୍କିକୋଟ +୨ ଛାତ୍ରୀ ଦିପ୍ତିମୟୀ ନାଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ୨ୟ ସ୍ଥାନ ଦାଖଲ କରି ଢେଙ୍କିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗୌରବ ବଢାଇଛନ୍ତି। ଚିତ୍ରାଙ୍କନରେ ଝାରବେଲଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଲକ୍ଷ୍ମଣ ପୂର୍ତ୍ତି ପ୍ରଥମ ଓ କେନ୍ଦୁଝର ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ଛାତ୍ରୀ ଶୁଭଲକ୍ଷ୍ମୀ ଝରା ତୃତୀୟ ସ୍ଥାନ ଦଖଲ କରିଛନ୍ତି। ସେହିପରି ବକ୍ତୃତା ପ୍ରତିଯୋଗୀତାରେ ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଜ୍ଞା ପାରମିତା ସାହୁ ପ୍ରଥମ, କେନ୍ଦୁଝର ମହିଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖୁସିଶ୍ରୀ ସାହୁ ୨ୟ ଓ ପିପିଳିଆ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜଶ୍ରୀ ଦଣ୍ଡପାଟ ୩ୟ ସ୍ଥାନ ଦଖଲ କରିଛନ୍ତି। +୨ ସଙ୍ଗୀତ ପ୍ରତିଯୋଗିତାରେ କେନ୍ଦୁଝର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂଜା ମୁର୍ମୁ ପ୍ରଥମ, ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୟପ୍ରଦା ନାୟକ ୨ୟ ଏବଂ ହରିଚନ୍ଦନପୁର ବ୍ରଜବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମନ୍ଦାକିନୀ ଦେହୁରୀ ୩ୟ ସ୍ଥାନ ଦଖଲ କରି ଉପଖଣ୍ଡ ସ୍ତରରେ କୃତିତ୍ୱ ପ୍ରଦର୍ଶନ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories