bjd gruha runa

ଶକ୍ତି ବନ୍ଦନ କର୍ମଶାଳାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ

BJD Bijuli 480×75 Mob

ଡେସ୍କ: ଭୁବନେଶ୍ୱରରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏସଏଚଜି ଏବଂ ଏନଜିଓ ସମ୍ପର୍କ ଅଭିଯାନ ପକ୍ଷରୁ ଆୟୋଜିତ ଶକ୍ତି ବନ୍ଦନ କର୍ମଶାଳାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟରେ ଶିକ୍ଷକ ନିଯୁକ୍ତି ଓ ରୋଜଗାର କ୍ଷେତ୍ରରେ ବ୍ୟାପକ ଅନିୟମିତା ନେଇ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଓଡ଼ିଶାରେ ମହିଳାମାନେ ରକ୍ତହୀନତାରେ ପୀଡିତ ହୋଇଥିବା ବେଳେ ନବଜାତ ଶିଶୁମାନେ ଅପପୃଷ୍ଟିର ଶୀକାର ହୋଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ୧୯% ଶିଶୁ ଜନ୍ମ ହେବା ବେଳେ କମ ଓଜନର ଶୀକାର, ୩୧% ପୁଷ୍ଟିହୀନ ଓ ୧୮% ଉଚ୍ଚତା ଅନୁସାରେ କମ ଓଜନ ଏବଂ ୬୪% ଶିଶୁ ରକ୍ତହୀନତାରେ ପୀଡ଼ିତ। ଏହାବ୍ୟତିତ ଓଡ଼ିଶାରେ ୨୦ ହଜାର ଶିକ୍ଷକ ନିଯୁକ୍ତି ନେଇ ହୋଇଥିବା ତ୍ରୁଟି ସମ୍ପର୍କରେ ରାଜ୍ୟ ସରକାରଙ୍କ ପାରଦର୍ଶୀତା ଓ ଟେକ୍ନୋଲୋଜିର ସମାଲୋଚନା କରିଛନ୍ତି।

Comments are closed.