www.samajalive.in
Monday, December 15, 2025
14.1 C
Bhubaneswar

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ବୈଠକ

ଡେସ୍କ: ଆଗକୁ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ମୁଖ୍ୟ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ନିର୍ବାଚନକୁ ଅବାଧ, ଅପରାଧମୁକ୍ତ, ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାକୁ ଡିଜିପି ଶ୍ରୀ ଷଡ଼ଙ୍ଗୀ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ନିର୍ବାଚନ ଆୟୋଗଙ୍କ ସମସ୍ତ ନିୟମାବଳୀକୁ ସଠିକଭାବେ ପାଳନ କରିବାକୁ ଡିଜିପି ଶ୍ରୀ ଷଡ଼ଙ୍ଗୀ ଗୁରୁତ୍ଵାରୋପ କରିଛନ୍ତି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ବେବେଦନଶୀଳ ସ୍ଥାନ ଗୁଡିକରେ ବ୍ଲକିଙ୍ଗ ଓ ଗାଡି ମଟରର ଯାଞ୍ଚ କରିବାକୁ ଡିଜିପି ଶ୍ରୀ ଷଡ଼ଙ୍ଗୀ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାକୁ ଡିଜିପି ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ବୈଠକରେ ଡିଜିପି ଶ୍ରୀ ଷଡ଼ଙ୍ଗୀ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ସମସ୍ତ ରେଂଜର ଆଇ.ଜି ଓ ଡି.ଆଇ.ଜି ମାନଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚ୍‌.ଆର୍‌.ପି.ସି), ନିର୍ଦ୍ଦେଶକ (ଏସ୍.ସି.ଆର.ବି), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି), (ଗୁଇନ୍ଦା) ନିର୍ଦ୍ଦେଶକ , ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ), ପୋଲିସ କମିଶନର (ଭୁବନେଶ୍ବର-କଟକ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଲୱେ ଏବଂ କୋଷ୍ଟାଲ ସିକ୍ୟୁରିଟି), ଆଇ.ଜି.ପି (ପ୍ରୋଭିଜନିଙ୍ଗ), ଆଇ.ଜି.ପି (ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା), ଆଇ.ଜି.ପି (ପର୍ସୋନେଲ), ଆଇ.ଜି.ପି (କମ୍ୟୁନିକେସନ), ଆଇ.ଜି.ପି (ଗୁଇନ୍ଦା), ଡି.ଆଇ.ଜି.ପି (ଏସଆଇଡବ୍ଲୁ), ଡିସିପି (କଟକ), ଏ.ଆଇ.ଜି.ପି (ହେଡକ୍ୱାର୍ଟସ) ପ୍ରମୁଖ ପୋଲିସ ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories