ଦିନକ ପରେ ଲୋକପର୍ବ ମକରସଂକ୍ରାନ୍ତି, ଚଳଚଞ୍ଚଳ କେନ୍ଦୁଝର

କେନ୍ଦୁଝରଗଡ଼଼: କୃଷି ଓ ବିଶ୍ରାମର ପର୍ବ ମକରସଂକ୍ରାନ୍ତି ପାଳନ ପାଇଁ ସମଗ୍ର କେନ୍ଦୁଝର ଜିଲା ବେଶ୍‌‌ ଚଳଚଞ୍ଚଳ ହୋଇପଡ଼ିଛି। ଜିଲାରେ ସପ୍ତାହେବ୍ୟାପୀ ପାଳନ ହେବାକୁଥିବା ଏହି ପର୍ବ ଉପଲକ୍ଷେ ଜିଲା ଓ ରାଜ୍ୟ ବାହାରେ କାର୍ଯ୍ୟରତ ବିଶେଷକରି ଦାଦନଶ୍ରେଣୀୟ ଲୋକେ ଏବେ ଘର ମୁହାଁ ହେଲେଣି। ୧୦୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ପର୍ବ କେନ୍ଦୁଝର ଜିଲାର ଲୋକପର୍ବ ଭାବେ ପାଳିତ ହୋଇଆସୁଥିବା ଏହି ପବିତ୍ର ମକରସଂକ୍ରାନ୍ତି ଆଉ ମାତ୍ର ଦିନକ ପରେ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେଠାରୁ ଘରେ ଘରେ କୁଣିଆଁ ଏହି ମହୋତ୍ସବକୁ ଅଧିକ ମୁଖରିତ କରିଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହି ପର୍ବ ପାଳନ ପାଇଁ ଗାଁ ଠାରୁ ସହର ହୋଇଉଠିଛି ଉତ୍ସବମୁଖର। ମକରସଂକ୍ରାନ୍ତିରେ ନୂତନ ବସ୍ତ୍ର ପରିଧାନ ପ୍ରଥା ଏବେବି ଗାଁ ଗହଳିରେ ଦେଖିବାକୁ ମିଳୁଥିବା ବେଳେ ଏଥିପାଇଁ ବାହାରେ କାର୍ଯ୍ୟରତ ଶ୍ରମିକ ଘରକୁ ଫେରିବା ବାଟରେ ନୂତନ ପୋଷାକପତ୍ର କିଣିବା ପାଇଁ ଦୋକାନ ମାନଙ୍କରେ ବେଶ୍‌‌ ଭିଡ ଲମ୍ବିଥିବା ଦେଖିବାକୁ ମିଳିଛି।

Comments are closed.