www.samajalive.in
Monday, December 15, 2025
14.1 C
Bhubaneswar

୩ଟି ୱାର୍ଡରେ ବୁଲିଲା ଜୟ ଜଗନ୍ନାଥ ଅର୍ପଣ ରଥ

ବୌଦ୍ଧ: ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ସେଥିପାଇଁ ସାରା ରାଜ୍ୟରେ ଜୟ ଜଗନ୍ନାଥ ଅର୍ପଣ ରଥ ଗାଁ ଗାଁ ସହର ସହର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି। ବୌଦ୍ଧଗଡ଼ ଏନଏସିରେ ଗତ ୯ ତାରିଖରେ ଏହି ଜୟ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ବୌଦ୍ଧଗଡ଼ ଏନଏସିର ୮ ନମ୍ବର ୱାର୍ଡର ରଥସାହି, ପୋଡାପୋଡା, ୯ ନମ୍ବର ୱାର୍ଡର ନୂଆଁସାହି, ରିଫ୍ୟୁଜି କଲୋନୀ. ବାପୁଜୀନଗରର ୧୦ ଓ ୧୬ ନମ୍ବର ୱାର୍ଡରେ ଘରକୁ ଘର ଯାଇ ଅରୁଆ ଚାଉଳ ଓ ଗୋଟିଏ ଗୁଆ ସଂଗ୍ରହ କରାଯାଇଥିଲା। ରବିବାର ଦିନ ଏହି ଅର୍ପଣ ରଥ ଏନଏସିର ୧୧,୧୨ ଓ ୧୭ ୱାର୍ଡର ଘର ଘର ବୁଲି ଥିଲା ଏବଂ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା। ୧୧ ନମ୍ବର ୱାର୍ଡର ରାଜନପାଲି, ୧୨ ନମ୍ବର ୱାର୍ଡର ବୁଟୁପାଲି ଓ ୧୭ ନମ୍ବର ୱାର୍ଡର ବୁଟୁପାଲି ଓ ଥୁରାନାଳି ଅଂଚଳରେ ଅର୍ପଣ ରଥ ବୁଲି ଅରୁଆ ଚାଉଳ ଓ ଗୋଟିଏ ଗୁଆ ସଂଗ୍ରହ କରାଯାଇଥିଲା। ଏହି ସମୟରେ ସାହିଗୁଡିକରେ ମହିଳାମାନେ ନିଜ ଘର ସମ୍ମୁଖରେ ଗୋବରରେ ଲିପି କଳସ, ଦୀପ, ଆମ୍ବଡାଳ ଦେଇ ଅର୍ପଣ ରଥକୁ ସ୍ୱାଗତ କରିଥିଲେ ଏବଂ ଗୋଟିଏ ଗୁଆ, ମୁଠାଏ ଅରୁଆ ଚାଉଳ ସହିତ ଆଉ କେହି କେହି ତୁଳସୀ ସର୍ମଣ କରିଥିଲେ। ଏହି ସମୟରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞୟ ମିଶ୍ର, ଉପାଧ୍ୟକ୍ଷା ସୁଭାସିନୀ ସେଠୀ, କାଉନସିଲର ସୂର୍ଣ୍ଣଲତା ଦଳେଇ ପ୍ରମୁଖ କାଉନସିଲର ଓ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories