ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପ ଛକ ଠାରେ ଆଜି ସକାଳ ପ୍ରାୟ ୫ଟାରେ ସଡ଼କ ଦୁର୍ଘଟଣାରେ ନୟନ ଭୋଇ (୫୫) ନାମକ ଜଣେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ତାଳଶ୍ରିଗୀଡା ଗ୍ରାମର ବୋଲି ଜଣାପଡ଼ିଛି। ବରଗଡ଼ ବ୍ଲକ ଅନ୍ତର୍ଗତ ତାଳଶ୍ରିଗିଡ଼ା ଗ୍ରାମରୁ ରେଙ୍ଗାଲିକ୍ୟାମ୍ପ ଛକକୁ ମୂଳା ବିକ୍ରୟ କରିବା ପାଇଁ ନୟନ ଭୋଇ ନିଜ ସାଇକେଲରେ ଆସୁଥିଲେ। ଆଜି ସକାଳେ ଘନ କୁହୁଡି ଥିବାରୁ ରାସ୍ତା ସ୍ପଷ୍ଟ ଜଣା ପଡୁନଥିଲା। ତେଣୁ ରାସ୍ତାରେ ଶୁଖାଯାଇଥିବl ଜନୈକ ଚାଷୀଙ୍କ ଧାନ ଗଦା ଉପରକୁ ସାଇକେଲଟି ଚଢ଼ିଯାଇଥିଲା ଓ ସେ ଛିଟିକି ତଳେ ପଡି ଯାଇଥିଲେ। ସେ ତଳୁ ଉଠିବା ପୂର୍ବରୁ ସମ୍ମୁଖରୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଚାପି ଦେଇ ଫେରାର ମାରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅତାବିରା ଥାନା ଅଧିକାରୀ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଇଛନ୍ତି।
Popular Categories



