www.samajalive.in
Thursday, December 11, 2025
26.1 C
Bhubaneswar

କୁଇସମାଜ ସେବା ସମିତି ବେଙ୍ଗ୍ରିକିଆ ଶାଖାର ଭିତ୍ତିପ୍ରସ୍ତର ସ୍ଥାପନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦଳପଡା ଓ ଆର୍ ନୂଆଁ ଗାଁ ଛକ ନିକଟରେ କୁଇସମାଜ ସେବା ସମିତି ବେଙ୍ଗ୍ରିକିଆ ଶାଖାର କାର୍ଯ୍ୟାଳୟ ଓ ସଭା ଗୃହ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। କୁଇସମାଜ ସେବା ସମିତି ବେଙ୍ଗ୍ରିକିଆ ଶାଖାର କାର୍ଯ୍ୟାଳୟ ପାଇଁ ମୁଖ୍ୟ ଅତିଥି ଭାବେ ବିଧାୟକ ଫୁଲବାଣୀ ଅଙ୍ଗଦ କହଁରଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ କୁଇସମାଜ ସେବା ସମିତି ଫୁଲବାଣୀ ସଭାପତି ସୁଦର୍ଶନ କହଁର, ଦଳ ପଡା ସମିତି ସଭ୍ୟ ସୁନନ୍ଦ ଯାନୀ ଯୋଗ ଦେଇ ଥିଲେ। ଏଥିରେ କୁଇସମାଜ ସେବା ସମିତି ବେଙ୍ଗ୍ରିକିଆ ଶାଖାର ସଭାପତି ରମାକାନ୍ତ ମଳିକ, ମୁଖ୍ୟ ସଭ୍ୟ ଗୌତମ ପ୍ରଧାନ, ଉପସଭାପତି ଶରତ କୁମାର କହଁର, କୋଷାଧ୍ୟକ୍ଷ ବିଶ୍ବବିହାରୀ ଯାନୀ, କୁଇସମାଜ ସମ୍ମନୟ ସମିତି ବେଙ୍ଗ୍ରିକିଆ ଓ ବର ଗୋଛା ଶାଖା ସଭାପତି ଶରତ କୁମାର ଯାନୀ ଉପସ୍ଥିତ ଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories