ବଦଳି ପାଇଁ ଉଚ୍ଚଶିକ୍ଷା ବିଭାଗର ଅନଲାଇନ ଆବେଦନ ବ୍ୟବସ୍ଥା
ଡେସ୍କ: ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗରେ ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକା, ଗ୍ରନ୍ଥାଗାରୀକ, କିରାଣୀ, ଲାବ ଆସିଷ୍ଟାଣ୍ଟ ଓ ଷ୍ଟୋର କିପର ମାନଙ୍କ ବଦଳି କ୍ଷେତ୍ରରେ ବିଭାଗ ସ୍ଵଛ ବ୍ୟବସ୍ଥା ଆପଣେଇଛି। ପୂର୍ବରୁ ଏ ନେଇ ଅନେକ ଅଭିଯୋଗ ହେବା ଏବଂ ବଦଳି କ୍ଷେତ୍ରରେ ଅର୍ଥ କାରବାର ହେଉଥିବା ଅଭିଯୋଗ ହେବା ପରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।
📢Attention Lecturers of Government and Aided Colleges! We're excited to announce that we've created a hassle-free transfer process for you. You can now submit a genuine transfer posting request through the below mentioned link: https://t.co/nTZU1jKjvl#DHE_Odisha #CMO_Odisha
— Higher Education Department, Govt. of Odisha 🇮🇳 (@DHE_Odisha) August 29, 2023
ବିଭାଗ ପକ୍ଷରୁ ଟ୍ଵିଟରରେ ଏକ ଲିଙ୍କ ଦିଆଯାଇଛି ଯେଉଁଥିରେ ଗୁଗୁଲ ଫର୍ମ ଦିଆଯାଇଛି। ଗୋଟିଏ ମହାବିଦ୍ୟାଳୟରୁ ଅନ୍ୟ ମହାବିଦ୍ୟାଳୟକୁ ବଦଳି ହେବାକୁ ଚାହୁଁଥିବା ଅଧ୍ୟାପକ ଅଧ୍ୟାପିକା, ଗ୍ରନ୍ଥାଗାରୀକ, କିରାଣୀ, ଲାବ ଆସିଷ୍ଟାଣ୍ଟ ଓ ଷ୍ଟୋର କିପର ସେହି ଫର୍ମରେ ସର୍ବାଧିକ ୭ଟି ମହାବିଦ୍ୟାଳୟ ଚୟନ କରିପାରିବେ। ସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ୪୮୮ ଏବଂ ୬୬୨ ବର୍ଗ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର କର୍ମଚାରୀମାନେ ଆବେଦନ କରିପାରିବେ।
ଏହି ଫର୍ମରେ ନିଜ ନାମ, ଇମେଲ ଠିକଣା, ଯୋଗାଯୋଗ ନମ୍ବର, ସ୍ଥାୟୀ ଓ ବର୍ତ୍ତମାନ ଠିକଣା, ଜନ୍ମ ତାରିଖ, କର୍ମଚାରୀ ବର୍ଗ, ପଦବୀ, ବିଷୟ, ଚାକିରୀରେ ଯୋଗଦେବା ତାରିଖ, ଅବସର ତାରିଖ, କଲେଜ ବର୍ଗ, କ୍ୟାଡର, ବର୍ତ୍ତମାନର ଚାକିରୀ ସ୍ଥାନ, ଶେଷ ୩ଟି ନିଯୁକ୍ତି, ବଦଳିର କାରଣ ଓ ବଦଳି ହେବାକୁ ଚାହୁଁଥିବା ମହାବିଦ୍ୟାଳୟ ଆଦିର ତଥ୍ୟ ଦେବାକୁ ହେବ।
ଏହି ଲିଙ୍କରେ କ୍ଲିକ କରି ଫର୍ମ ଦେଖନ୍ତୁ: https://shorturl.at/adiwU #DHE_Odisha #CMO_Odisha
Comments are closed.