www.samajalive.in
Monday, December 15, 2025
17.1 C
Bhubaneswar

ସାଇବର ସଚେତନତା କାର୍ୟ୍ୟକ୍ରମକୁ ସାଧୁବାଦ

ରେଙ୍ଗାଲିକ୍ୟାମ୍ପ: ଆଜି ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ସଭାପତି ହାରକ୍ଷଧନ ପ୍ରଧାନଙ୍କ ନେତୃତ୍ୱରେ ଅତାବିରା ଏନଏସି ଲାଦର ପାଲି ସ୍ଥିତ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚାଷୀଙ୍କ ଫସଲ ସମସ୍ୟା ବିଷୟରେ ଆଲୋଚନା ହେବା ସହ ସାମ୍ପ୍ରତିକ ଗ୍ରାମାଞ୍ଚଳରେ ଅନେକ ଚାଷୀ ସାଇବର ଠକେଇରେ ପଡ଼ି ସର୍ବସ୍ବାନ୍ତ ହେଉଥିବା ନେଇ ଏହି କାର୍ୟ୍ୟରେ ଲିପ୍ତ ରହୁଥିବା ଅପରାଧୀ ମାନଙ୍କୁ ଅନେକ ସମାଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅତାବିରା ଆମ ପୁଲିସ ସମିତି ପକ୍ଷରୁ କୁଡକ୍ଷ ପଡ଼ା ଠାରେ କରାଯାଇଥିବା ସାଇବର ଠକେଇ ସଚେତନତା କାର୍ୟ୍ୟକ୍ରମ ତଥା ପରବର୍ତ୍ତୀ ସମୟରେ ପ୍ରତି ୱାର୍ଡ ମାନଙ୍କରେ ଏପରି ସଚେତନତା କାର୍ୟ୍ୟକ୍ରମ କରାଯିବାର ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ଏତାଦୃଶ ପରିକଳ୍ପନାକୁ ସଂଗଠନ ପକ୍ଷରୁ ସାଧୁବାଦ ଦିଆଯାଇଥିଲା। ଏହା ସହ ଏମିତି ସଚେତନତା କାର୍ୟ୍ୟକ୍ରମ ପ୍ରତି ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ କରାଯିବାର ଆବଶ୍ୟକତା ରହିଛି ବୋଲି ସଂଗଠନ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ଅବସରରେ ସଂଗଠନ ର ସମ୍ପାଦକ ଲୋକେଶ୍ଵର୍ ପ୍ରଧାନ, ବସନ୍ତ ବାରିକ୍, ପ୍ରକାଶ ନାଏକ, ଭିକାରୀ ଚରଣ ବାରିକ୍, ବୃଷଭାନୁ ସାହୁ, ସରୋଜ କୁମାର ଦାସ, ଗୌରଚନ୍ଦ୍ର ପ୍ରଧାନ, ଦୂର୍ବକ୍ଷଦଲ ସ୍ୱାଇଁ, କ୍ଷିରୋଦ ହୋତା, ରାଜ କିଶୋର ଶତପଥୀ ପ୍ରମୁଖ ଅନେକ ଚାଷୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories