www.samajalive.in
Sunday, December 14, 2025
17.1 C
Bhubaneswar

ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଜନା କାର୍ଯ୍ୟକାରୀ ପାଇଁ କୃଷି ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲାରେ ନୂତନ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା (ଏଇପିଏସ୍‌)ର ସଫଳ ରୂପାୟନ ନିମନ୍ତେ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅଧିକାରୀମାନେ ପ୍ରତି ମାସରେ ସମନ୍ୱୟ ବୈଠକ କରି ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ହିତାଧିକାରୀ ଚୟନ ଓ ପ୍ରଶିକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ସହଯୋଗୀ ସେ୍ୱଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ହିତାଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟ ନିମନ୍ତେ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଯେପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ। କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନାରେ ରାଜ୍ୟର ୧୨ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାର ୪୦ଟି ବ୍ଲକ୍‌ରେ ଏକ ହଜାର ନୂତନ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

- Advertisement -

ଚିହ୍ନଟ କରାଯାଇଥିବା ହିତାଧିକାରୀମାନଙ୍କୁ ବିଭିନ୍ନ ଯୋଜନାରେ କୃଷିକ୍ଷେତ୍ରରେ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା, ବିହନ ଉତ୍ପାଦନ, କଷ୍ଟମ ହାୟାରିଂ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ କୃଷି ଯନ୍ତ୍ରପାତି ଭଡ଼ାରେ ଦେବା ଏବଂ ଛେଳି ଓ କୁକୁଡ଼ା ପାଳନ, ମାଛ ଜାଅଁଳ ଉତ୍ପାଦନ ଆଦି କାର୍ଯ୍ୟକ୍ରମ କରିବା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ ସହିତ ବିକି୍ରବଟାର ସୁବିଧା ଏବଂ ବିଭିନ୍ନ ଅର୍ଥଲଗାଣ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନ ଆଦିର ବ୍ୟବସ୍ଥା କରାଯାଉଛି । ପ୍ରଶିକ୍ଷଣ ପରେ ହିତାଧିକାରୀମାନଙ୍କୁ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବିଭାଗ ପକ୍ଷରୁ ଏକ ବର୍ଷ ପର୍ଯ୍ୟନ୍ତ ଇନ୍‌କୁ୍ୟବେସନ୍‌ ସହାୟତା ଯୋଗାଇ ଦିଆଯାଉଛି । ସଂପ୍ରତି ଏହି ଯୋଜନା ରାଜ୍ୟର କୋରାପୁଟ, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ ଓ ଢେଙ୍କାନାଳ, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ଯୋଜନାର ସଫଳ ରୂପାୟନ ଫଳରେ ରାଜ୍ୟର ଗ୍ରାମୀଣ ଅର୍ଥନୀତିରେ ବିକାଶ ଘଟିବା ସହିତ ରାଜ୍ୟର କୃଷି କ୍ଷେତ୍ରରେ ଏକ ଔଦ୍ୟୋଗିକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦେଶକ ରୋହିତ କୁମାର ଲେଙ୍କା, ମତ୍ସ୍ୟ ନିର୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ, ‘ପ୍ରଦାନ’ ଓ ‘ୱାସାନ୍‌’ର କମକର୍ତ୍ତାମାନେ ଯୋଗଦେଇଥିବାବେଳେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ୧୨ଟି ଜିଲାର କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରର ଜିଲା ଓ ବ୍ଳକ୍‌ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories