www.samajalive.in
Sunday, December 14, 2025
19.1 C
Bhubaneswar

ବୈଶ୍ୟ ସମାଜର ସାଧାରଣ ବୈଠକ ଅନୁଷ୍ଠିତ

କଲମପୁର: ଜାତି ସମାଜର ପ୍ରତ୍ୟେକ ପରିବାର ମଧ୍ୟରେ ସୁ ସମନ୍ୱୟ ଓ ସହଯୋଗ ରହିଲେ ଆମ ତୈଳିକ ବୈଶ୍ୟ ସମାଜର ଉନ୍ନତି ହେଇ ପାରିବ। ଏହାସହ ଆମ ମାନଙ୍କ ମଧ୍ୟରେ ଆମର ଉତ୍ତର ପିଢିଙ୍କ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ ବୋଲି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ଭାଲୁବୁଟ୍ରା ଗ୍ରାମର ଆମ୍ବତୋଟା ଠାରେ ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଧର୍ମଗଡ଼ ଉପଖଣ୍ଡସ୍ତରୀୟ ତୈଳିକ ବୈଶ୍ୟ ସମାଜର ଏକ ସାଧାରଣ ସଭାରେ ଉପସ୍ଥିତ ବରିଷ୍ଠ ବ୍ୟକ୍ତି ମାନେ ମତବ୍ୟକ୍ତ କରିଥିଲେ। ସମାଜର ବୟୋଜ୍ୟେଷ୍ଠ ଚୈତନ୍ୟ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଧାରଣ ବୈଠକରେ କୃଷ୍ଣ ଚନ୍ଦ୍ର ସାହୁ ସ୍ୱାଗତ ଅବିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସମାଜର ଦିବଂଗତ ସଂଗଠକ ରଘୁନାଥ ସାହୁ, ପୂର୍ବତନ ସଭାପତି ଦିବଂଗତ କମଳାକାନ୍ତ ସାହୁଙ୍କ ଅମର ଆତ୍ମାଙ୍କ ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଉପବିଧିର ନିୟମାବଳୀକୁ ଦୃଷ୍ଟି ଦେଇ କିଭଳି ସମାଜର ଶିକ୍ଷା ସ୍ୱାସ୍ଥ୍ୟର ବିକାଶ ସହ ଆଗାମୀ ପିଢିର ଉନ୍ନତି ନେଇ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ମଧ୍ୟରେ ସୁ ସମନ୍ୱୟ ଓ ସହଯୋଗ ହେଲେସମାଜର ଉନ୍ନତି ହେବା ନେଇ ବରିଷ୍ଟ ବ୍ୟକ୍ତି ମାନ ମତବ୍ୟକ୍ତ କରିଥିଲେ। ଏହି ସାଧାରଣ ବୈଠକ ଅବସରରେ ଜୟପାଟଣା ବ୍ଲକ ତାଳପଦର ଗ୍ରାମର ଦୀପଚନ ସାହୁଙ୍କୁ କଳାହାଣ୍ଡି ଜିଲ୍ଲା କମିଟି ଧର୍ମଗଡ଼ ଉପଖଣ୍ଡର କାର୍ୟ୍ୟକାରୀ ସଭାପତି ଭାବେ ମନୋନିତ କରାଯାଇଥିଲା। ଉପସଭାପତି ଭାବେ ଜୟପାଟଣା ବ୍ଲକରୁ ପୂର୍ଣ୍ଣଚନ୍ଦ୍ର ସାହୁ, କଲମପୁର ବ୍ଲକରୁ କୃଷ୍ଣ ଚନ୍ଦ୍ର ସାହୁ, ଜୁନାଗଡ଼ ବ୍ଲକରୁ ପ୍ରଦ୍ୟୁମ୍ନ ସାହୁ ଏବଂ ଧର୍ମଗଡ଼ ବ୍ଲକରୁ ବବୃବାହାନ ସାହୁଙ୍କୁ ମନୋନିତ କରାଯାଇଥିଲା। ସେହିଭଳି ଜିଲ୍ଲା ସମ୍ପାଦକ ଭାବେ ଜୟପାଟଣା ବ୍ଲକରୁ ନିରଞ୍ଜନ ସାହୁ, କଲମପୁର ବ୍ଲକରୁ ପ୍ରେମଲାଲ ସାହୁ, ଜୁନାଗଡ଼ ବ୍ଲକରୁ ରବିନାରାୟଣ ସାହୁ ଏବଂ ଧର୍ମଗଡ଼ ବ୍ଲକରୁ ବିରଂଚି ନାରାୟଣ ସାହୁଙ୍କୁ ମନୋନିତ କରାଯାଇଥିଲା।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories