‘ସମାଜ’କୁ ଆହୁରି ରୁଦ୍ଧିମନ୍ତ କରିବାକୁ ପାଠକଙ୍କ ମତ

ଡେସ୍କ: ଆଜି ପୁରୁଣା ଭୁବନେଶ୍ୱର ସ୍ଥିତ କେଦାରନାଥ ଗବେଷଣା ପ୍ରତିଷ୍ଠାନରେ ସମାଜ ପାଠକ ମଞ୍ଚ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଶାସକ ତଥା କେଦାର ନାଥ ଗବେଷଣା ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜଧାନୀ ପୂଜା ସମିତି ସଭାପତି ଅବନୀ କାନ୍ତ ପଟ୍ଟନାୟକ, ବିଶିଷ୍ଟ ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା, ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ, ସଂଳାପକାର ଓ ଶିକ୍ଷାବିତ୍ ରଜନୀ ରଞ୍ଜନ ଦାସ, ଶ୍ରୀ ଲିଙ୍ଗରାଜ ଥାନା ନିରୀକ୍ଷକ ଶରତ ଚନ୍ଦ୍ର ପାତ୍ର ଓ ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନା ପ୍ରମୁଖ ଯୋଗ ଦେଇ ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଉପସ୍ଥିତ ପାଠକମାନଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ବିଶେଷ ଭାବେ ଏହି ମତ ବିନିମୟ ସମୟରେ ସମାଜକୁ କିପରି ଆହୁରି ଅଧିକ ରୁଦ୍ଧିମନ୍ତ କରାଯାଇ ପାରିବ ଓ ଛାତ୍ରଛାତ୍ରୀମାନଙ୍କୁ କିଭଳି ଆକୃଷ୍ଟ କରାଯାଇ ପାରିବ, ସେ ନେଇ ପାଠକମାନେ ନିଜସ୍ୱ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜ ବ୍ୟୁରୋ ମୁଖ୍ୟ ପ୍ରସନ୍ନ କୁମାର ପତି ସଂଚାଳନ କରିଥିଲେ।

Comments are closed.