ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ମହାବିଦ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେରଙ୍କ ଅଧ୍ୟକ୍ଷତାରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତାବିରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ଓ ଅଧ୍ୟାପକ ପରମାନନ୍ଦ ରଥ ମଂଚାସିନ ଥିଲେ। ଶ୍ରୀଯୁକ୍ତ ରଥଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ପ୍ରାଧିକରଣ, ବରଗଡ଼ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଗତ କିଛି ବର୍ଷ ଧରି ଦୁର୍ଘଟଣା ଓ ତଦ୍ ଜନିତ ମୃତ୍ୟୁ ସଂଖ୍ୟା ଉଦବେଗ ଜଙ୍କ ଭାବେ ବୃଦ୍ଧି ପାଇଛି। ଗତ ୨୦୨୨ ମସିହାରେ ୧୩୬ ଜଣ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଆକଳନ କରାଯାଇଛି।ଏଣୁ ଏହି ମୃତ୍ୟୁ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାର ଏପ୍ରିଲ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସପ୍ତାହ ପାଳନ ପୂର୍ବକ ଯେଉଁ ୧୮ଟି ବିଷୟ ପ୍ରତି ସମସ୍ତେ ଧ୍ୟାନ ଦେବାକୁ କୁହାଯାଇଛି ସେ ଉପରେ ଆଲୋଚନା ହୋଇଥିଲା। ଏହା ସହିତ ତତ୍ ଅନୁସାରେ ଜାଗ୍ରତ ଓ ସଚେତନ ହୋଇ ଗାଡ଼ି ଚାଳନା କରିବା ସହିତ ଦୁର୍ଘଟଣାରେ ଆହତ ବ୍ୟକ୍ତି ଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ତତ୍ପର ରହିବେ ବୋଲି ଛାତ୍ର ଛାତ୍ରୀ ମାନେ ଶପଥ ପାଠ କରିଥିଲେ।
Popular Categories



