ଲାଞ୍ଜିଗଡ: ଚଳିତ ବର୍ଷ ୨୦୨୩-୨୪ ଏପ୍ରିଲ ମାସ ୩ ତାରିଖ ଠାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଲାଞ୍ଜିଗଡ କ୍ଲଷ୍ଟର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ନାମ ଲେଖା ପାଇଁ ପ୍ରବେଶ ଉତ୍ସବ ତଥା ଶିକ୍ଷା ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ କ୍ଳଷ୍ଟର ସଯୋଜକ ଏମ୍. ସୁନ୍ଦର ଶେଖରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଳଷ୍ଟର ଅଧୀନରେ ଥିବା ଲାଞ୍ଜିଗଡ଼ ଉ. ପ୍ରା ବିଦ୍ୟାଳୟ, ବସନ୍ତ ପଡା ଉ. ପ୍ରା ବିଦ୍ୟାଳୟ, ରାଜପଡ଼ା ପ୍ରାଥମିକ ବିଦ୍ୟାଳୟ, ବେଦାନ୍ତ ନଗର ପ୍ରାଥମିକ ବିଦ୍ୟାଳୟ, ଖାଲଗୁଡା ପ୍ରାଥମିକ ବିଦ୍ୟାଳୟ, ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟ, ଆମ୍ବଗୁଡା ପ୍ରାଥମିକ ବିଦ୍ୟାଳୟ, କଦମଗୁଡା ପ୍ରାଥମିକ ବିଦ୍ୟାଳୟ, ବଡ଼ପଡା ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷା ସଚେତନ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସଭ୍ୟ ସଭ୍ୟା, ଅଭିଭାବକ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Popular Categories



