www.samajalive.in
Sunday, December 14, 2025
14.1 C
Bhubaneswar

କିନ୍ନର ସଂଘ ପକ୍ଷରୁ ବହୁଚରା ମାତା ପୂଜା ପ୍ରସ୍ତୁତି

ନର୍ଲା: ଏପ୍ରିଲ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ନର୍ଲା ସେବାକାରୀ କିନ୍ନର ସଂଘ ପକ୍ଷରୁ ବହୁଚରା ମାତାଙ୍କ ଷୋହଳ ପୂଜା ନର୍ଲାରୋଡ ବିକ୍ରମ ଲଜ ପାଖରେ ମହାସମାରୋହରେ ପାଳିତ ହେବ ବୋଲି ସେବାକାରୀ କିନ୍ନର ସଂଘର ସଭାନେତ୍ରୀ କାମିନୀ କିନ୍ନର ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ୧୬ ତାରିଖ ଦିନ କଳସ ଯାତ୍ରା, ୧୭ ତାରିଖ ଦିନ ପୀଠ ପୂଜା, ୧୮ ତାରିଖ ଦିନ ସଭାକାର୍ଯ୍ୟ ଅନୁଷ୍ଠିତ ହେଉଥିବା ବେଳେ ୧୯ ତାରିଖ ଦିନ ଶୁଭ କଳସର ନଗର ପରିକ୍ରମା କାର୍ଯ୍ୟକ୍ରମ ହେବ ବୋଲି ସଂଘର ଉପସଭାପତି ପାୟଲ କିନ୍ନର ଜଣାଇଛନ୍ତି। ବହୁଚରା ମାତାଙ୍କ ଷୋହଳ ପୂଜା କାର୍ଯ୍ୟକ୍ରମରେ କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର ଓ ରାୟଗଡ଼ା ଜିଲ୍ଲାରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କିନ୍ନର ଯୋଗଦାନ କରିବାକୁ ଥିବା ସଂପାଦକ ଅରୁଣ କୁମାର ପାଢ଼ୀ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସହ ସଂପାଦକ ଶୁକଦେବ ଭୋଇ, କୋଷାଧ୍ୟକ୍ଷ ରାଜୁ ଜୁଏଲ ସହ ଦୁର୍ଗା କିନ୍ନର, ବର୍ଷା କିନ୍ନର, ରିତା କିନ୍ନର, ବୁଲବୁଲ କିନ୍ନର, ବିନୁ କିନ୍ନର ପ୍ରମୁଖ ପ୍ରକାଶ କରିଛନ୍ତି।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories