ଲଡୁଗାଁ: ପଶ୍ଚିମା ଝଡ଼ ପ୍ରଭାବରେ କୋକସରା ଥାନା ଅନ୍ତର୍ଗତ ଧଅଁରପୁର ପଞ୍ଚାୟତ ଆମ୍ବଗୁଡା ଗ୍ରାମରେ ଚାଷ ଜମିରେ କାମ କରିବାକୁ ଯାଇଥିବା ଉକ୍ତ ପଞ୍ଚାୟତର ଆମ୍ବଗୁଡା ଗ୍ରାମର ମହେନ୍ଦ୍ର ଧରୁଆଙ୍କ ପୁଅ ପ୍ରଦୀପ ଧରୁଆ (୨୦)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁନୁ ମାଝୀଙ୍କ ପୁଅ ଯୋଗେଶ୍ୱର ମାଝୀ (୨୪) ଗୁରୁତର ଅଛନ୍ତି। କୋକସରା ଡାକ୍ତରଖାନା କୁ ପଠାଇଛନ୍ତି।
Popular Categories



