www.samajalive.in
Sunday, December 14, 2025
23.1 C
Bhubaneswar

ରାଇକିଆରେ ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚଦଣ୍ଡ ପରିଚାଳନା କମଟି ଆନୁକୁଲ୍ୟରେ ଗୁରୁବାର ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଷ୍ଟ ଦଣ୍ଡ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟା ରେ ଲୋକଙ୍କ ସମାଗମ ହୋଇଥିଲା।ନିମନ୍ତ୍ରଣ କରାଯାଇଥିବା ଆଠ ଗୋଟି ଦଣ୍ଡ ନୃତ୍ୟ ଦଳ ରାଇକିଆ, ମାଲେରିମହା, ଗୁଟିଙ୍ଗିଆ, ତେଜମାହା, କରଣ୍ଡାଗଡ, ସଲଗୁଡ଼ା, ଶିଶିବାଲି, ସିର୍କlକୁଟି ଭାଗ ନେଇଥିଲେ। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଥମେ ସମସ୍ତ ଦଣ୍ଡ ନୃତ୍ୟ ଦଳଙ୍କୁ ବରଣ କରଯାଇଥିଲା। ଅପରାହ୍ନରେ ଧୂଳି ଦଣ୍ଡ, ନଈ କୂଳ ରେ ପାଣି ଦଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ବଜାର ଚାରିଛକ ଠାରେ ଅଷ୍ଟ ଦଣ୍ଡ ମହା ମିଳନ ଅନୁଷ୍ଠିତ ହୋଇଥିଲା। ଦଣ୍ଡୁଆ ମାନେ ବଜାର ପରିକ୍ରମା କରି ନିଜ ଆଶ୍ରୟ ସ୍ଥଳକୁ ଫେରିଥିଲେ। ଜନ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ତରଫରୁ ପେଟ୍ରୋଲିଂ କଡାକଡି କରାଯିବା ସହ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା। ପରେ ପଶ୍ଚିମ ଓଡ଼ିଶା ଲୋକ ନୃତ୍ୟ ‘ପଏର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories