www.samajalive.in
Sunday, December 14, 2025
23.1 C
Bhubaneswar

ତିଗିରିଆର ବିଭିନ୍ନ ପୀଠରେ ଝାମୁଯାତ୍ରା

ତିଗିରିଆ: ପବିତ୍ର ଚୈତ୍ରପୂର୍ଣ୍ଣିମାରେ ତିଗିରିଆ ନିଜିଗଡ଼ର ଅଧିଷ୍ଠାତ୍ରୀ ମା’ ପନ୍ଥାଦେଵୀଙ୍କ ଝାମୁଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଝାମୁଯାତ୍ରା ଦେଖିବା ପାଇଁ ନିଜିଗଡ଼ ତଥା ଆଖପାଖ ଗ୍ରାମାଞ୍ଚଳରୁ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏଥିପାଇଁ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଝାମୁ ଚାଲିବା ପାଇଁ ସଂକଳ୍ପ କରି ନିଷ୍ଠାର ସହିତ ମନ୍ଦିରରେ ରାତ୍ରିଯାପନ କରିଥିବା ୨ ଜଣ ମାନସିକ ବ୍ରତଧାରୀ ନିକଟସ୍ଥ ଗୁଣ୍ଡିଚା ପୋଖରୀରେ ସ୍ନାନସାରି ମନ୍ଦିରରେ ପହଞ୍ଚି ମାଆଙ୍କ ନିକଟରେ ଗୁହାରିଆ ପଡିଥିଲେ।

ସେହିପରି ତିଗିରିଆ ବ୍ଲକ୍ ଭିରୁଡା ଗ୍ରାମର ଆରାଧ୍ଯ ଦେବୀ ମା ମହାଶ୍ୟାମଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ଶହରୁ ଉର୍ଦ୍ଧ୍ବ ବର୍ଷ ଧରି ଚାଲି ଆସିଛି ଏହି ଐତିହ୍ୟ ପରମ୍ପରାର ପ୍ରସିଦ୍ଧ ଝାମୁଯାତ୍ରା। ଏହି ଯାତ୍ରାରେ ପୁରୁଷ ଓ ମହିଳା ମାନେ ମଧ୍ୟ ଝାମୁ ଚାଲିଥାନ୍ତି। ରାଜ ରାଜୁଡ଼ା ଅମଳରୁ ଚାଲି ଆସୁଛି ଏହି ପରମ୍ପରା। ବିଶ୍ୱାସ ରହିଛି ଯେ ପ୍ରତି ବର୍ଷ ଚୈତ୍ର ମାସ ଚତୁର୍ଦ୍ଦଶୀ ଦିନ ମା’ଙ୍କ ଝାମୁ ଯାତ୍ରା ସମୟରେ ଯେଉଁ ଭକ୍ତ ମାନସିକ ରଖି ଥାଏ ତାହା ପୁରଣ ହୋଇ ଥାଏ। ସେହି ବିଶ୍ୱାସକୁ ନେଇ ଏହି ଦିନ ମାଙ୍କ ଝାମୁ ଯାତ୍ରାକୁ ଧାଇଁ ଆସନ୍ତି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଏହି ଗୋଟିଏ ମନ୍ଦିରରେ ମା ମହାଶ୍ୟାମଳା ଓ ବାବା ନୀଳକଣ୍ଠେଶ୍ଵର ପୂଜା ପାଇଥାନ୍ତି। ଯାହା ଓଡ଼ିଶା ଇତିହାସରେ ଅବିସ୍ମରଣୀୟ ଓ ନିଆରା।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories