www.samajalive.in
Sunday, December 14, 2025
23.1 C
Bhubaneswar

ପାଟଣାର ବିଭିନ୍ନ ସ୍ଥାନରେ ବିଜେପି ପ୍ରତିଷ୍ଠା ଦିବସ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ବ୍ଲକ ଉଦୟପୁର ବିଲ୍ଲା ତାରିଣୀ ମନ୍ଦିର ପ୍ରାଙ୍ଗଣ ଠାରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଉକ୍ତ ସଭାରେ ସାହାରପଡା ବ୍ଲକର ପୁର୍ବତନ ଅଧ୍ୟକ୍ଷ ଗୌତମ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ। ୪୪ ବର୍ଷରେ ପାଦ ଥାପିଥିବା ବିଜେପି ସମଗ୍ର ବିଶ୍ବରେ ସର୍ବ ବୃହତ୍ ଦଳ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବାରୁ କର୍ମୀ ମାନେ ଖୁସି ବ୍ୟକ୍ତ କରିବା ସହ ଦଳକୁ ଆହୁରି ସୁଦୃଢ କରିବା ପାଇଁ ଗୁଣ୍ଡୁଚିମୂଷା ଭଳି କାମ କରିବେ ବୋଲି ଶପଥ ନେଇଥିଲେ।

ସେହିପରି ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟି ବୁଥରେ ବିଜେପି ତରଫରୁ ୪୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ମହାନ ଜନନାୟକ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଷ୍ଠ ଦିଗଦର୍ଶନ ଯୋଗୁଁ ଏହି ଦଳ ୪୩ ବର୍ଷ ତଳେ ଭାରତୀୟ ଜନତା ପାର୍ଟି ରୂପେ ଗଠିତ ହୋଇଥିବା ସହ ତାଙ୍କରି ଯୋଗୁଁ ଭାରତୀୟ ଜନତା ପାର୍ଟି ବିଶ୍ବର ସବୁଠାରୁ ବୃହତ୍ତମ ଦଳ ଭାବେ ପରିଗଣିତ ହୋଇଥିବା ନେଇ ଆଲୋଚନା ହୋଇଥିଲା।

- Advertisement -

ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା ମଣ୍ଡଳ ତରଫରୁ ମଲ୍ଳୀପଶି ଠାରେ ଭାରତୀୟ ଜନତା ପାର୍ଟିର ଗୌରବମୟ ୪୪ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ମହାନ୍ତ, ସାଧାରଣ ସମ୍ପାଦକ ଶଶିଭୂଷଣ ମହାନ୍ତ, ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସୋମବାରୀ ମୁଣ୍ଡା, ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ରତ୍ନମଣି ମହାନ୍ତ, ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ନୀତେଶ ମହାନ୍ତ ଏବଂ ମଣ୍ଡଳର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories