www.samajalive.in
Sunday, December 14, 2025
23.1 C
Bhubaneswar

ପଞ୍ଚାୟତ ଘେରିଲେ ଗ୍ରାମବାସୀ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ଡଳଙ୍ଗ ଗ୍ରାମବାସୀ ପଞ୍ଚାୟତ ଘେରାଉ କରିଥିଲେ। ଦୀର୍ଘ ବର୍ଷ ହେଲା ଡ଼ଳଙ୍ଗ ଗ୍ରାମରେ ରାମ ନବମୀ ପୂଜା ମହା ସମାରୋହରେ ପାଳନ କରି ଆସୁଛନ୍ତି। ଏବର୍ଷ ମଧ୍ୟ ରାମ ନବମୀ ପୂଜା ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏବର୍ଷ ରାମ ନବମୀ ପୂଜାରେ ବିଶୃଙ୍ଖଳା ପରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ସ୍ଥାନୀୟ ସରପଞ୍ଚ ଏଥିରେ ସହଯୋଗ କରି ଗ୍ରାମର ୱାର୍ଡ ମେମ୍ବର ଦୁଇ ଜଣଙ୍କୁ ଅସ୍ତ୍ର କରି ଗୋଟି ଚାଳନା କରୁଥିବାର ଅଭିଯୋଗ ହୋଇଥିଲା। ଯାହା ଫଳରେ ରାମ ନବମୀ ପୂଜାଠାରୁ ବିସର୍ଜନ ପର୍ଯ୍ୟନ୍ତ ଗଣ୍ଡଗୋଳ ହିଁ ବଢ଼ିବାରେ ଲାଗିଥିଲା। ତଥାପି ଗ୍ରାମ ଭଦ୍ର ବ୍ୟକ୍ତିଙ୍କ ଦ୍ୱାରା ଏହା ସମାଧାନ କରାଯିବାର ନିଷ୍ପତି ନିଆଯିବା ପାଇଁ ସ୍ଥିର କରାଯାଇଥିବା ବେଳେ ସରପଞ୍ଚଙ୍କ ନିର୍ଦେଶରେ ସମାଧାନକୁ ପଞ୍ଚାୟତରେ ସମାଧାନ କରିବାପାଇଁ ଦୁଇ ୱାର୍ଡ ମେମ୍ବର ପଞ୍ଚାୟତରେ ଅଭିଯୋଗ କରିଥିଲେ। ଗାଁ କଥାକୁ ଗାଁରେ ସମାଧାନ ନକରି ପଞ୍ଚାୟତକୁ ଆଣି ଗ୍ରାମର ଦୁର୍ବଳତା ପ୍ରକାଶ କରିବା ଲଜ୍ଜାଜନକ ବୋଲି ଦୁଇ ୱାର୍ଡ ମେମ୍ବରକୁ ଇସ୍ତଫା ଦାବିକରି ଡ଼ଳଙ୍ଗ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପଞ୍ଚାୟତ ଅଫିସ ଘେରାଉ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories