www.samajalive.in
Monday, December 15, 2025
17.1 C
Bhubaneswar

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଘୋର ଅବ୍ୟବସ୍ଥା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗିରହିଛି ଅନେକ ସମସ୍ୟା। ରୋଗୀ କଲ୍ୟାଣ ସମିତିର ଟଙ୍କା ହେରଫେରକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଥିବା ବେଳେ ପୁଣି ସାମ୍ନାକୁ ଆସିଛି ଦୁର୍ନିତୀର ଗନ୍ଧ। ଦିନକୁ ଦିନ ଏହି ସ୍ୱାସ୍ଥ୍ୟୁ କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଓଡିଶାରେ ଶ୍ରେଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ରୂପେ ଏହି କେନ୍ଦ୍ର ପୁରସ୍କୃତ ହୋଇଥିଲା କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁ ଏହି ଡାକ୍ତରଖାନାଟି ବଦନାମ ହେବାରେ ଲାଗିଛି। ଜଣେ ହିସାବ ରକ୍ଷକ ଅଧିକାରୀଙ୍କ ଛତ୍ରଛାୟା ଯୋଗୁଁ ଦୁର୍ନିତୀ ବ୍ୟାପିବାରେ ଲାଗିଛି। ବିଭିନ୍ନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସ୍ଥାନୀୟ ମୋହନା ଗୋଷ୍ଠୀ ଚିକିତ୍ସା ଅଧିକାରିଣୀଙ୍କୁ ହାତ ବାରିଶୀ କରି ଦଲାଲିରାଜ୍‌ କରିଆସୁଛନ୍ତି। ଏହି ବ୍ଳକରେ ରୋଗୀ ସହିତ କର୍ମଚାରୀମାନେ ଏହି ଅଧିକାରୀଙ୍କ ଯୋଗୁଁ ବିଭିନ୍ନ ସମୟରେ ଶୋଷଣର ଶୀକାର ହେଉଛନ୍ତି। ବାରମ୍ଵାର ଅଞ୍ଚଳବାସୀ, ନିର୍ବାଚିତ ଜନପ୍ରତିନିଧି, ବୁଦ୍ଧିଜୀବି ଏ ସଂପର୍କରେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ଏହି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା ଅନିୟମିତତା ସଂପର୍କରେ ଉଚ୍ଚପଦସ୍ଥ ଅଧିକାରୀ ସବୁ ଜାଣି ନିରବଦ୍ରଷ୍ଟା । ରୋଗୀ କଲ୍ୟାଣ ସମିତିକୁ ଆସୁଥିବା ସମସ୍ତ ଟଙ୍କା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ମହେନ୍ଦ୍ରଗଡ଼ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ରହିଥିବା ଜମା ଖାତାରେ ରହିବା କଥା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ବିକାଶପାଇଁ ଯାହା ଅର୍ଥ ଖର୍ଚ୍ଚ ହେବ ସେ ସବୁକୁ ବିଧାୟକ ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହମତିରେ ଅନୁମୋଦନ କ୍ରମେ ଖର୍ଚ୍ଚ ହେବ। କିନ୍ତୁ ବିଧାୟକ ଓ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଅଜାଣତରେ ଟଙ୍କା କିପରି ଅନ୍ୟମାର୍ଗରେ ଖର୍ଚ୍ଚ ହେଲା ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଵାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କୁ ପୁରସ୍କାର ସ୍ୱରୂପ ମିଳିଥିବା ଟଙ୍କା ସେମାନଙ୍କୁ ନ ଦେଇ ଓ ରୋଗୀ କଲ୍ୟାଣ ସମିତିର ଟଙ୍କା ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଏକାଉଣ୍ଟ ମ୍ୟାନେଜର ବିଜୟ ମହାକୁଡ଼ ତୋଷାରପାତ କରିଥିବା ନିଜ ନାମ ଗୋପନ ରଖି କର୍ମଚାରୀମାନେ କହିଛନ୍ତି।

ଅପରପକ୍ଷେ ଜନସେବାରେ ଜାରୀ ଜନତାଙ୍କ ସେବାରେ ୧କିଲୋମିଟର ରାସ୍ତାକୁ ୧୨ଟଙ୍କା ନେଇ ସେବା ଯୋଗାଉଥିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ସେବା ଯୋଗାଉଥିବା ଆମ୍ବୁଲାନ୍ସ ରୁ ଆୟ ଅର୍ଥରାଶି ୧ବର୍ଷ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ହିସାବ ନାହିଁକି ରୋଗୀର ପରିବାର ବର୍ଗଙ୍କୁ ରସିଦ ଦିଆନଯାଇ ଅର୍ଥ ତୋଷାରପାତ କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଉକ୍ତ ଅର୍ଥକୁ ବ୍ୟାଙ୍କରେ ଜମା କରିବା କଥା କିନ୍ତୁ ବିପିଏମ଼ ଜମାକରୁ ନ କରି ହଡପ କରିଥିବା ଅଭିଯୋଗ ହୋଇଛି। ମମତା ଯୋଜନାରେ ଟଙ୍କା ହେରଫେର, ପ୍ରସୂତି ବିଭାଗରେ ଲାଞ୍ଚ, ରକ୍ତ ନମୁନା ପରୀକ୍ଷାରେ ଲାଞ୍ଚ ଓ ୧୦ ବର୍ଷରୁ ଉର୍ଦ୍ଧ୍ଵ ଦିନ ଧରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡ଼୍ଡା ଜମାଇ ରହିଥିବା କର୍ମଚାରୀଙ୍କ ବଦଳି ଆଦି ବିଭିନ୍ନ ଦାବି ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ନିର୍ବାଚିତ ଜନପ୍ରତିନିଧି ଓ ବୁଦ୍ଧିଜୀବି। ଏହି ସମ୍ମିଳନୀରେ ଚ଼ନ୍ଦ୍ରଗିରି ସରପଞ୍ଚ ରାଜନୀକାନ୍ତ ପ୍ରଧାନ, ଧାଡିଆମ୍ବ ସରପଞ୍ଚ ବୄନ୍ଦାବନ ପାଇକ, ସମିତି ସଭ୍ୟ ରେଜିନା ନାୟକ, ଜିରାଙ୍ଗ ସରପଞ୍ଚ ପଦ୍ମିନୀ ଶବର, ମାଣିକପୁର ସରପଞ୍ଚ ଲକ୍ଷ୍ମଣ ପାଇକ, ସିମିତି ସଭ୍ୟ , ଯୁବ ସରପଞ୍ଚ ଝୀକରୀୟ ରଇତ, ବିଜେପି ଚ଼ନ୍ଦ୍ରଗିରି ଜୋନ ସାଧାରଣ ସମ୍ପାଦକ ତପନ କୁମାର ନାୟକ, ବୁଦ୍ଧିଜୀବି ଶିବରାମ ମହାଙ୍କୁଡ, ରାମଚନ୍ଦ୍ର ବଡକୁମର, ୱ।ର୍ଡମେମ୍ବର ରୀନା କୁମାରୀ ପ୍ରଧାନ ଉପସ୍ଥିତ ଥିଲେ। ୧୫ଦିନ ମଧ୍ୟରେ ପ୍ରଶାସନ ଏକାଉଣ୍ଟ ମ୍ୟାନେଜର ବିଜୟ କୁମାର ମହାଙ୍କୁଡ଼ଙ୍କୁ ଅନ୍ୟତ୍ର ବଦଳି ନ କରନ୍ତି ଓ ସମସ୍ୟାର ସମାଧାନ ନ ହୁଏ ତେବେ ଅଞ୍ଚଳବାସୀ, ନିର୍ବାଚିତ ଜନପ୍ରତିନିଧିମାନେ ରାଜରାସ୍ତା ଅବରୋଧ କରିବା ସହିତ ଅନିର୍ଦ୍ଧିଷ୍ଟ କାଳ ଧରଣା ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories