ହନୁମାନ ମନ୍ଦିରର ଅଙ୍କୁରାରୋପଣ ଓ କୁମ୍ଭ ସ୍ଥାପନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ଚାଉଳଡ଼ିପୋ ଗ୍ରାମ ଠାରେ ନବ ନିର୍ମିତ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କୁମ୍ଭ ସ୍ଥାପନ ପରେ ଅଙ୍କୁରା ରୋପଣ କରାଯାଇଛି। ସନ୍ଧ୍ୟାରେ ସମସ୍ତ ରେଙ୍ଗାଲି ବାସୀ ଏକତ୍ରିତ ହୋଇ କଳସ ଯାତ୍ରାରେ ବାହାରି ପବିତ୍ର ଜଳ ଆଣି ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ପଣ୍ଡିତ ମନୋଜ ଦେବତା ମୁଖ୍ୟ ପୂଜକ ଥିବା ବେଳେ ରମେଶ ସାହୁ ମୁଖ୍ୟ କର୍ତ୍ତା, ଦେବବ୍ରତ ପଣ୍ଡା, ମଧୁସୂଦନ ସାହୁ, ସତ୍ୟନାରାୟଣ ମହାଣା, ସନ୍ତୋଷ ମହାଣା, ପ୍ରଦୀପ ମହାଣା, ରାଜେଶ ବର୍ମା ସପତ୍ନୀ କର୍ତ୍ତା ଦାୟିତ୍ବ ତୁଲାଇଛନ୍ତି। ଆସନ୍ତା ଶନିବାର ଦିନ ପ୍ରଭୁ ଶ୍ରୀହନୁମାନ ମନ୍ଦିର ପ୍ରବେଶ କଲାାପର ମନ୍ଦିର ପ୍ରତିଷ୍ଠାର ପୂର୍ଣାହୂତି ପ୍ରଦାନ କରାଯିବ ବୋଲି କମିଟି ସୁତ୍ରରୁ ପ୍ରକାଶ।
Comments are closed.