bjd  ek lkhya koti banner

ଜେଏସଡ୍ଳୁ-ଭୂଷଣ ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ

mission shakti banner

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଠାରେ ଥିବା ଜେଏସଡ୍ଳୁ-ଭୂଷଣ କମ୍ପାନୀ ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କମ୍ପାନୀ ବରିଷ୍ଠ ଅଧିକାରୀ ଏବଂ ଠେଲକୋଲୋଇ ଥାନା ଆଇଆଇସି ବିଭୂତିଭୂଷଣ ଦଲାଇ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କମ୍ପାନୀର ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମ୍ପାନୀ କର୍ମଚାରୀ ମାନେ ସୁରକ୍ଷା ସମ୍ବନ୍ଧିତ ବ୍ୟାନର୍ ପ୍ଲାକାର୍ଡ ଧରି ସ୍ଳୋଗାନ ଦେଇ ଏକ ସଚେତନତା ଶୋଭାଯାତ୍ରାରେ ଠେଲକୋଲୋଇ ଗ୍ରାମ ପରିକ୍ରମା କରିଥିଲେ।

Comments are closed.