ପାତ୍ରପୁର: ଜରଡ଼ା ଥାନା ନିକଟସ୍ଥ ସୁବର୍ଣ୍ଣପୁର ଗ୍ରାମର ଗତ କାଲି ରାତ୍ର ତାଲା ଭାଙ୍ଗି ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମର ଜାଡି ରାଉତ ବ୍ରହ୍ମପୁର ରହୁଥିବା ସକାଳେ ତାଙ୍କ ଘର କବାଟ ଖୋଲା ଥିବା ଗ୍ରାମବାସୀ ଦେଖି ତାଙ୍କୁ ଖବର ଦେଇଥିଲେ। ସେ ପହଞ୍ଚି ଘର ଆଲମିର ଭାଙ୍ଗି ସୁନା ସହିତ ନଗଦ ଚୋରି ହୋଇଥିବା ଅଭିଯୋଗ କରିଥିଲେ। ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଥିଲେ।। ଘରେ କେହି ନ ଥିବା ସୁଯୋଗ ନେଇ ଦୁର୍ବୃତ୍ତ ମାନେ ରାତ୍ର ତାଲା ଭାଙ୍ଗି ଘରେ ପଶି ୨୫୦୦୦ ଟଙ୍କା ଏକ ଭରି ସୁନା ଓ ପିତଳ ସାମଗ୍ରୀ ନେଇଥିବା ଜାଡ଼ି ରାଉତ ଜଣାଇ ଥିବା ବେଳେ ତଦନ୍ତ ପରେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ଆଶା କରାଯାଉଛି।
Popular Categories



